ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ ଏହା ଘୋଷଣା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଏବର୍ଷ ନୁହେଁ ଆସନ୍ତା ବର୍ଷ ରିଲିଜ୍ ହେବ ।
ଅଭିନେତା ପ୍ରଭାସ ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ଆଦିପୁରୁଷ’ ୱାର୍ଲଡୱାଇଡ ୧୨ ଜାନୁୟାରୀରେ । ଅର୍ଥାତ୍ ଫିଲ୍ମଟି ୧୨ ଜାନୁୟାରୀ, ୨୦୨୩ରେ ରିଲିଜ ହେବ ବୋଲି ଜଣାପଡିଛି । ଏହା ଥ୍ରିଡିରେ ରିଲିଜ ହେବ । ଏହା ପୂର୍ବରୁ ଜଣାପଡିଥିଲା କି ଟିମ ସହ କଥା ହେବା ପରେ ରିଲଜ୍ ତାରିଖ ଘୋଷଣା କରାଯିବ ।

Share