ଦୁଇରୁ ତିନି ହେଲେ ଟେଲି ପରଦାର ଏହି ଯୋଡ଼ି, ଘରକୁ ଆସିଲା…

ବମ୍ବେ: ମା’ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଦିତି ମଲ୍ଲିକ। ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବିବାହର ଦଶ ବର୍ଷ ପରେ ଘରକୁ ଖୁସି ଖବର ଆସିଥିବାରୁ ଉଭୟ ଅଦିତି ଏବଂ ସ୍ବାମୀ ତଥା ଅଭିନେତା ମୋହିତ ମଲ୍ଲିକ ବେଶ ଖୁସି ଅଛନ୍ତି। ଉଭୟ ନିଜ ସୋସିଆଲ ପୃଷ୍ଠାରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଅଦିତି-ମୋହିତ ପୁଅଙ୍କ ହାତ ସହ ଫଟୋ ଶେୟାର କରି ହେ ବିଶ୍ୱ, ଏଭଳି ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ। ଅଧା ରାତିରେ କାନ୍ଦିବା ସ୍ବର ଶୁଣିବା ଏବଂ ଏଥିସହ ଆଗକୁ ଅନୁଭବ କରିବାକୁ ଥିବା ସମସ୍ତ ଜିନିଷକୁ ନେଇ ଧନ୍ୟବାଦ। ଆମେ ବାସ୍ତବରେ ଆମ ଛୋଟ ଛୁଆକୁ ଭଲପାଇବାର ଦୁନିଆରେ ସ୍ବାଗତ କରିବା ଲାଗି ଭାଗ୍ୟଶାଳୀ ବୋଲି ଅନୁଭବ କରୁଛୁ। ସେ ଏଠାରେ ଅଛି। ସତ କହିବାକୁ ଗଲେ ଏହା କୌଣସି ମ୍ୟାଜିକ୍‌ ଠାରୁ କମ୍‌ ନୁହେଁ। ଆମେ ଦୁଇରୁ ତିନି ହୋଇଛୁ। ସବୁଦିନ ପାଇଁ ଖୁସି ହୋଇଯାଇଛୁ ବୋଲି ଲେଖିଛନ୍ତି। ଏହି ପୋଷ୍ଟରେ ପ୍ରଶଂସକମାନେ ଶୁଭକାମନା ଜଣାଉଛନ୍ତି।

ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ମୋହିତଙ୍କୁ ବିବାହ କରିଥିଲେ ଅଦିତି। ୨୦୧୦ରେ ସେମାନଙ୍କର ବିବାହ ହୋଇଥିଲା। ଏବେ ସେ ଏପ୍ରିଲ ୨୯ରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।

Share