ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…

ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍‌ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଅଦିତିଙ୍କ ବିଷୟରେ କିଛି ଅଜଣା କଥା।

ଅଦିତିଙ୍କ ଜନ୍ମ ରାଜ ପରିବାରରେ। ତାଙ୍କର ଅଣଜେଜେବାପା ମହମ୍ମଦ ସାଲେହ ଆକବର ହୈଦରୀ ହାଇଦ୍ରାବାଦର ପ୍ରଧାନମନ୍ତ୍ରୀ ଥିଲେ। ସେହିଭଳି ତାଙ୍କ ଅଜା ଜେ ରାମେଶ୍ୱର ବାନପସ୍ଥ ଶାହି ପରିବାରର ନେତୃତ୍ୱ ନେଇଥିଲେ। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ, ଯେତେବେଳେ ସେ ଦୁଇ ବର୍ଷର ଥିଲେ, ତାଙ୍କ ପିତା ଏହସାନ ହୈଦରୀ ମାତା ବିଦ୍ୟା ରାଓ ଅଲଗା ହୋଇଯାଇଥିଲେ। ସେ ନିଜ ନାମରେ ଉଭୟ ମା’ଓ ବାପାଙ୍କ ସାଜ୍ଞା ଲଗାଇଛନ୍ତି।

ବଲିଉଡ୍‌ର ମିଷ୍ଟର ପର୍ଫେକ୍ସନାଲିଷ୍ଟ କୁହାଯାଉଥିବା ଆମିର ଖାନଙ୍କ ସହ ଅଦିତିଙ୍କ ସମ୍ପର୍କ ରହିଛି। କାରଣ ଅଦିତି ଆମିରଙ୍କ ପୂର୍ବ ପତ୍ନୀ କିରଣ ରାଓଙ୍କ ଭଉଣୀ। ଏଣୁ ଆମିର ଅଦିତିଙ୍କ ଭିଣୋଇ।

ଅଦିତି ୨୦୦୭ରେ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ୧୭ ବର୍ଷ ବୟସରେ ସତ୍ୟଦୀପଙ୍କୁ ଭେଟିଥିଲେ ସେ। ସେବେଠାରୁ ତାଙ୍କ ପ୍ରେମରେ ଉବୁଟୁବୁ ମଧ୍ୟ ହୋଇଥିଲେ। ୨୦୧୩ରେ ସେ ଏହି ସମ୍ପର୍କକୁ ସ୍ବିକାର କରିଥିବା ବେଳେ ଏବେ ଉଭୟ ଅଲଗା ହୋଇଯାଇଥିବା କହିଥିଲେ।

୨୦୧୮ରେ ଫିଲ୍ମ ‘ପଦ୍ମାବତ’ରେ ଅଦିତି ଆଲାଉଦ୍ଦିନ ଖିଲଜୀଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଚରିତ୍ର ଛୋଟ ହେଲେ ହେଁ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ।

Share