ଜୋତା ଚୋରାଇଲେ ଅଦିତି!

ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚା ବଲିଉଡ୍ ବିୟୁଟି ଦିୟା ମିର୍ଜାଙ୍କ ବିବାହକୁ ନେଇ । ସୋମବାର ଦିୟା ବିଜନେସ୍‌ମ୍ୟାନ ବୈଭବ ରେଖିଙ୍କୁ ଟ୍ରାଡିଶନାଲ ଢଙ୍ଗରେ ବିବାହ କରିଛନ୍ତି । ଏହି ବିବାହରେ ଖୁବ୍ କମ୍ ଅତିଥିଙ୍କୁ ସାମିଲ କରାଯାଇଥିବା ବେଳେ ଏଥିରେ ଯୋଗ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଅଦିତି ରାଓ ହାଇଦରି । ମଜାକଥା ହେଲା ଅଦିତି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋକୁ ନେଇ ଆଲୋଚନା ହେଉଛି । ସେଠାରେ ସେ ପହଞ୍ଚି ବୈଭବ ରେଖିଙ୍କ ଜୋତା ଚୋରାଇଥିବା ଜଣାପଡିଛି । ଆଉ ଏହି ଜୋତାକୁ ଚୋରି କରି ସେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ କ୍ୟାପଶନରେ ଲେଖିଛନ୍ତି ‘ହମେଶା ଆପ୍‌କେ ପିଛେ ଖଡି ହୁଁ ଫାଦର’ । ଅଦିତିଙ୍କ ଏହି ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ସାଦାସିଧା ଲୁକରେ ଦିୟା-ବୈଭବଙ୍କ ବିବାହରେ ପହଞ୍ଚିଥିବା ଅଦିତି କିନ୍ତୁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନାଯୋଗ୍ୟ, ଏହା ଦିଆ-ବୈଭବଙ୍କ ଦ୍ୱିତୀୟ ବିବାହ ।

Share