ଛାଡପତ୍ର ନେଇଥିବା ୪୪ ବର୍ଷୀୟ ଅଭିନେତାଙ୍କୁ ଡେଟ କରୁଛନ୍ତି ଅଦିତି

ମୁମ୍ବାଇ: ବଲିଉଡର ଜଣାଶୁଣା ଷ୍ଟାର ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଛନ୍ତି। ଏବେ ଏହି ର୍ୟୁମର୍ଡ କପଲ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ବୁଧବାର ରାତିରେ ଅଦିତି-ସିଦ୍ଧାର୍ଥ ଏକାଠି ଲରିୟଲର ଇଭେଣ୍ଟରେ ପ୍ରବେଶ କରିଥିଲେ। ଦୁହେଁ ପାପାରାଜି ପାଇଁ ପୋଜବି ଦେଇଥିଲେ। ସେମାନଙ୍କର କେମେଷ୍ଟ୍ରି ପ୍ରଶଂସକମାନଙ୍କୁ କପଲ ଗୋଲ୍ସ ଦେଉଛି। ବ୍ଲାକ ଆଉ ହ୍ବାଇଟ କଲର ଡ୍ରେସରେ ଅଦିତି ଓପନ ହେୟାର , ବୋଲ୍ଡ ଲିପ୍ସ ଓ ଡାଇମଣ୍ଡ ଚୋକର ନେକଲେସ ସହ ତାଙ୍କ ଲୁକକୁ ଗ୍ଲାମରସ କରିଥିଲେ।
ଅଲ ବ୍ଲୁ ଆଉଟଫିଟରେ ସିଦ୍ଧାର୍ଥ ହ୍ୟାଣ୍ଡସମ ଦେଖାଯାଉଥିଲେ। ଏଭଳି ଏକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ସେମାନେ ଏହି ଦମ୍ପତିଙ୍କୁ ମେଡ ଫର ଇଚ ଅଦର ବୋଲି ବର୍ଣ୍ଣନା କରିଛନ୍ତି। ପ୍ରେମରେ ଅଦିତି ଏବଂ ସିଦ୍ଧାର୍ଥ ଦ୍ୱିତୀୟ ସୁଯୋଗ ପାଇଛନ୍ତି। ଉଭୟଙ୍କ ପ୍ରଥମ ବିବାହ ଭାଙ୍ଗି ଯାଇଥିଲା। ଛାଡପତ୍ର ପରେ ପ୍ରେମ ଏମାନଙ୍କ ଜୀବନରେ ପୁଣି ଫେରି ଆସିଛି। ଅଦିତି ଏବଂ ସିଦ୍ଧାର୍ଥ ମଧ୍ୟରେ ୮ବର୍ଷର ପାର୍ଥକ୍ୟ ଅଛି। ସିଦ୍ଧାର୍ଥଙ୍କ ପ୍ରଥମ ବିବାହ ୨୦୦୩ରେ ହୋଇଥିଲା।
ଅଦିତି ରାଓ ହୈଦରୀଙ୍କ ପ୍ରଥମ ବିବାହ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ହୋଇଥିଲା। ୨୦୧୩ରେ, ଅଦିତି ତାଙ୍କ ବିବାହ ଭାଙ୍ଗିବାର ଖବରକୁ କନଫର୍ମ କରିଥିଲେ। ସତ୍ୟଦୀପ ବର୍ତ୍ତମାନ ମାସାବା ଗୁପ୍ତାଙ୍କୁ ଦ୍ୱିତୀୟ ଥର ବିବାହ କରିଛନ୍ତି।

Share