Categories: ଖେଳ

ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ପ୍ରସନ୍ନ କୁମାର ମଲ୍ଲିକ ଶିଶୁ ସ୍ମୃତି ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ବୟସ ବର୍ଗରେ ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ୭ ବର୍ଷରୁ କମ୍‌ ବୟସ ବର୍ଗରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଦିତି ମହାରଣା ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି।

୯ ବର୍ଷରୁ କମ୍‌ ବୟସ ବର୍ଗରେ ସେଣ୍ଟ୍‌ ଜାଭିୟର୍ସ ସ୍କୁଲର ସାର୍ଥକ ମହାନ୍ତି, ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ସେଣ୍ଟ ଯୋଶେଫ୍‌ ସ୍କୁଲର ଅଙ୍କିତ କୁମାର ମାଝୀ ଓ ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ବିଜେଇଏମ୍‌ ସ୍କୁଲର ଅର୍ଣ୍ଣବ ମହାନ୍ତି ଚାମ୍ପିୟନ୍‌ ହୋଇଛନ୍ତି। ଉଦୀୟମାନ ଖେଳାଳି ଭାବରେ ସିଦ୍ଧାର୍ଥ ମଲ୍ଲିକ(୭ ବର୍ଷରୁ କମ୍‌), ଦୀପ୍ତିରଞ୍ଜନ ସାହୁ(୯ ବର୍ଷରୁ କମ୍‌), ଓମ୍‌ କ୍ରିଷ୍ଣା ପ୍ରଧାନ(୧୧ ବର୍ଷରୁ କମ୍‌) ଓ ଶ୍ରୀମାନ ଦାସ (୧୩ ବର୍ଷରୁ କମ୍‌)ଙ୍କୁ ପୁରସ୍କୃତ କରାଯାଇଥିଲା। ଟୁର୍ନାମେଣ୍ଟର ସର୍ବକନିଷ୍ଠ ଖେଳାଳି ଭାବେ ଅନନ୍ୟା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

Share