ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଆଦିତ୍ୟ ଏବଂ ସିଦ୍ଧାର୍ଥ ପାରମ୍ପାରିକ ପୋଷାକରେ ନଜର ଆସିଛନ୍ତି। ଆଦିତ୍ୟ ଏବଂ ସିଦ୍ଧାର୍ଥ ୱାନାପାର୍ଥିର ୪୦୦ବର୍ଷ ପୁରୁଣା ମନ୍ଦିରରେ ବିବାହ ଶପଥ ନେଇଥିଲେ। ଆଦିତ୍ୟ ବିବାହର ଅନେକ ଫଟୋ ଶେୟାର କରିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଏବଂ ଖୁସ ମିଜାଜ ବାଲା ଅନ୍ଦାଜ ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି।
ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ନିଜକୁ ମିସେସ ଏବଂ ମିଷ୍ଟର ଅଦୁ-ସିଦ୍ଧୁ ଭାବରେ ପରିଚିତ କରାଇଲେ। ଦୁହେଁ ଆହୁରି କ୍ୟାପସନରେ ଲେଖିଛନ୍ତି, ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା ଏବଂ ଅନନ୍ତକାଳ ପାଇଁ ପିକ୍ସୀ ସୋଲମେଟ ହୋଇ ରୁହ… ହସଖୁସିରେ ରୁହ, କେବେ ବଡ ନ ହୁଅ, ଅନନ୍ତ ପ୍ରେମ, ପ୍ରକାଶ ଏବଂ ଯାଦୁ। ଶ୍ରୀମତୀ ଏବଂ ଶ୍ରୀ ଅଦୁ-ସିଦ୍ଧୁ ବୋଲି ସେ ନିଜ କ୍ୟାପସନରେ ଦୁଇଟି ହାର୍ଟ ଇମୋଜି ସହିତ ଯୋଡିଛନ୍ତି।

Share