Advertisement

ମନ୍ଦିରରେ ବିବାହ କରିବେ ଆଦିତି

ହାଇଦ୍ରାବାଦ: ଅଭିନେତ୍ରୀ ଆଦିତି ରାଓ ହାଇଦରି ଖୁବ୍‌ଶୀଘ୍ର ନିଜ ଦୀର୍ଘ ଦିନର ପ୍ରେମିକ ତଥା ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଚଳିତ ବର୍ଷ ମାର୍ଚ୍ଚରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ତେଲଙ୍ଗାନାର ୱାନାପର୍ଥି ନିକଟସ୍ଥ ଶ୍ରୀରଙ୍ଗପୁରମ୍‌ ମନ୍ଦିରରେ ଏହି କପଲଙ୍କର ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଶନିବାର ଏକ ସାକ୍ଷାତ୍‌କାରରେ ଆଦିତି ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଦିତି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ସିଦ୍ଧାର୍ଥଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ସିଦ୍ଧାର୍ଥଙ୍କ ସହ ତାଙ୍କର ବିବାହ ୱାନାପର୍ଥିର ଏକ ୪୦୦ ବର୍ଷର ପୁରୁଣା ମନ୍ଦିରରେ ହେବ ବୋଲି ଆଦିତି କହିଛନ୍ତି। ଉକ୍ତ ପ୍ରାଚୀନ ମନ୍ଦିର ତାଙ୍କ ପରିବାର ପାଇଁ ବହୁ ଗୁରୁତ୍ୱ ବହନ କରେ ବୋଲି ଆଦିତି କହିଛନ୍ତି। ଆଦିତି ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ ୨୦୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମହାସମୁଦ୍ରମ’ର ସେଟ୍‌ରେ ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ଦୀର୍ଘ ୩ ବର୍ଷ ଧରି ଉଭୟ ଆଦିତି ଓ ସିଦ୍ଧାର୍ଥ ରିଲେଶନ୍‌ଶିପ୍‌ରେ ଥିବା ସହ ପରସ୍ପରକୁ ଡେଟ୍‌ କରି ଆସୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share