ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଫିଲ୍ମ ଫ୍ଲପ୍ ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଏବଂ ନିର୍ମାତା। ଏହି ଫିଲ୍ମକୁ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ପ୍ରାୟ ୨୦୦ କୋଟି ନିର୍ମିତ ହୋଇଥିବା ବେଳେ ବକ୍ସ ଅଫିସରେ ୮୦ କୋଟି ମଧ୍ୟ ରୋଜଗାର କରିପାରିଲା ନାହିଁ।
ଫିଲ୍ମଟି କେଉଁ କାରଣରୁ ଫ୍ଲପ୍ ହେଲା ସେନେଇ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଏବଂ ନିର୍ମାତା ଖୋଲାଖୋଲି ଭାବେ କହିଛନ୍ତି ଯେ, ଅକ୍ଷୟ କୁମାରଙ୍କ ମନୋଭାବ ଏବଂ ସୋସିଆଲ ମିଡିଆରେ ୟୁଜର୍ସଙ୍କ କମେଣ୍ଟ ଏହି ଫିଲ୍ମକୁ ବୁଡ଼ାଇ ଦେଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ନୁହେଁ ଯେ କୌଣସି ଅଭିନେତାଙ୍କୁ ରିଜେକ୍ଟ କରାଯାଇପାରିବ ନାହିଁ। ଅକ୍ଷୟ କୁମାର ହିନ୍ଦୀ ସିନେମାରେ ୩୦ ବର୍ଷ ପୂରଣ କରିସାରିଲେଣି ଏବଂ ତାଙ୍କର ଅଭିନୟକୁ ସମସ୍ତେ ଜାଣନ୍ତି। ଅକ୍ଷୟ ଏହି ଚଳଚ୍ଚିତ୍ରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଏମିତିରେ ବି ଅକ୍ଷୟ ପ୍ରଥମ ଅଭିନେତା ନୁହଁନ୍ତି, ଯାହାର ଅଭିନୟ ଲୋକଙ୍କୁ ପସନ୍ଦ ଆସିନଥିବ, କିନ୍ତୁ ଫିଲ୍ମ ପାଇଁ ଭୂମିକାରେ ରୋଲ୍ରେ ତାଙ୍କ ଅଭିନୟ କରି ତାଙ୍କୁ ବୟକଟ କରିବା ଭୁଲ ଅଟେ। ଏକ ରିର୍ପୋଟ ଅନୁଯାୟୀ, ଅକ୍ଷୟ ଏହି ଫିଲ୍ମକୁ ମନପ୍ରାଣ ଦେଇ କରିନାହାଁନ୍ତି କିମ୍ବା ଏହି ଭୂମିକା ପାଇଁ ସେ ପ୍ରକୃତରେ ଚେଷ୍ଟା କରିନାହାନ୍ତି। କେବଳ ଏତିକି ନୁହେଁ, ସେ ଏହି ଫିଲ୍ମ ସମୟରେ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଥିଲେ। ତେବେ ଏହି କାରଣ ଯୋଗୁ ଫିଲ୍ମ ଫ୍ଲପ୍ ହେଇଥିବା କୁହାଯାଉଛି।