ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ବୟାନରେ ରହୁନି ତାଳମେଳ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିପାରୁନାହିଁ। ଏସବୁ ଭିତରେ ଖାଲି ଯାହା ତଦନ୍ତ ଚାଲିଛି। ମାମଲାରେ ନା ଉଠୁଥିବା ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରାଯାଉଛି। ଏହି କ୍ରମରେ ପୋଲିସ ୟଶରାଜ ଫିଲ୍ମସର ମାଲିକ ଆଦିତ୍ୟ ଚୋପ୍ରା ଏବଂ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କୁ ପଚରାଉଚରା କରିଥିଲା। ହେଲେ ଉଭୟଙ୍କ କଥାରେ ତାଳମେଳ ରହୁ ନ ଥିବା ଦେଖାଯାଇଛି।

ବନ୍‌ଶାଲୀ ପୋଲିସକୁ କହିଛନ୍ତି, ବାଜିରାଓ ମସ୍ତାନୀ ଫିଲ୍ମରେ ସୁଶାନ୍ତଙ୍କୁ କାଷ୍ଟ କରାଯାଇଥାନ୍ତା। ହେଲେ ସେ ୟଶରାଜ ସହ କଣ୍ଟ୍ରାକ୍ଟ କରିଥିଲେ। ଏହାକୁ ନେଇ ୟଶରାଜ ଫିଲ୍ମସ ସହ ଯୋଗାଯୋଗ କରାଯାଇଥିଲା। ହେଲେ କଥା ଆଗକୁ ବଢ଼ିପାରି ନ ଥିଲା।

ହେଲେ ଏହାର ଓଲଟା କହିଛନ୍ତି ଆଦିତ୍ୟ। ସୁଶାନ୍ତଙ୍କ ବିଷୟରେ ବନ୍‌ଶାଲୀ କିଛି କଥା ହୋଇ ନାହାନ୍ତି। କାରଣ ସୁଶାନ୍ତ ୟଶରାଜ ଫିଲ୍ମର କଣ୍ଟ୍ରାକ୍ଟରେ ଥାଇ ଏମ୍‌ଏସ୍‌ ଧୋନୀ କରିଥିଲେ। ଏଣୁ ବାଜିରାଓ ମସ୍ତାନୀ କରିବା କିଛି ବଡ଼ କଥା ନ ଥିଲା। ହେଲେ କେହି ଏ ବିଷୟରେ ଆମକୁ ଯୋଗାଯୋଗ କରି ନ ଥିଲେ ବୋଲି ଆଦିତ୍ୟ ପୋଲିସକୁ କହିଛନ୍ତି।

ଆଦିତ୍ୟ ଆହୁରୀ ମଧ୍ୟ କହିଛନ୍ତି, ରଣବୀର ସିଂହ ୨୦୧୨ରେ ରାମଲିଲା ସାଇନ୍‌ କରିଥିଲେ। ହେଲେ ସୁଶାନ୍ତ ୨୦୧୨ରେ ଓ୍ବାଇଆର୍‌ଏଫ୍‌ କଣ୍ଟ୍ରାକ୍ଟରେ ଆସିଥିଲେ। ଏଣୁ ୟଶରାଜ ଫିଲ୍ମସ ତାଙ୍କୁ ବାରଣ କରିବା କଥା ମିଥ୍ୟା। ଏହାଛଡ଼ା ଫିଲ୍ମ ପାନୀ ସୁଶାନ୍ତଙ୍କ ପାର୍ଇ ନୁହେଁ ବରଂ ଶେଖର କପୁରଙ୍କ ସହ ମନାନ୍ତର ପାଇଁ ହୋଇପାରି ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

Share