Advertisement

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୩୦।୭: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ଏନେଇ ଗୁରୁବାର ଡିଜିପି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି।  ସୂଚନାଯୋଗ୍ୟ, ଗତ ଜୁଲାଇ ୭ରେ ଆଦିତ୍ୟଙ୍କ ମୃତ୍ୟୁଦେହ ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା, ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ଭୁବନେଶ୍ୱର ଜିଆରପି ପୋଲିସ ଏହାର ତଦନ୍ତ କରୁଛି। ତେବେ ଜିଆରପିର ଶିଥିଳତା ତଦନ୍ତ ଯୋଗୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share