ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ, ଫରେନ୍‌ସିକ୍‌ ଲାବ୍‌ ପଠାଯିବ ଡାଏରି ଲେଖା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ଯୁବ ସାମାଜିକ କର୍ମୀ ତଥା ପ୍ରେରଣାଦାୟୀ ଭାଷଣ (ମୋଟିଭେଶନାଲ ସ୍ପିଚ୍‌) ଦେଉଥିବା ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଜିଆର୍‌ପି ଥାନା ପାଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରିଛି। ପିପୁଲ ଫର୍‌ ସେବାର ସଭାପତି ପ୍ରୀତମ୍‌ ମିଶ୍ରଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା (କେସ୍‌ ନଂ-୮୧/୨୦) ରୁଜୁ କରାଯାଇଛି। ପ୍ରଥମେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଏକାଧିକ ସଙ୍ଗଠନ ପକ୍ଷରୁ ଦାବି ଉଠିବା ସହ ଏନେଇ ଜିଆର୍‌ପି ଥାନାରେ ଅଭିଯୋଗ ହୋଇଥିଲା। ବିଭିନ୍ନ ଆଡୁ ଚାପ ପଡ଼ିବାରୁ ଶେଷରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆଦିତ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଶକ୍ତ ଆଘାତ ଲାଗିଥିବାରୁ ମୁଣ୍ଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଓ ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଛି। ଟ୍ରେନରେ ଦୁର୍ଘଟଣା ଘଟିଲେ ଓ ମୁଣ୍ଡକୁ ପିଟି ହତ୍ୟା କଲେ କିଭଳି କ୍ଷତ ରହିଥାଏ, ତାହାକୁ ତର୍ଜମା କରାଯିବା ସହ ତଦନ୍ତ ପରିସରଭୁକ୍ତ କରାଯାଇଛି। ରେଲ୍‌ଓ୍ବେ ଏସ୍‌ପି ଅଶୋକ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ଚନ୍ଦ୍ରଶେଖରର ସାହୁ ମାମଲାର ତଦନ୍ତ କରୁଛନ୍ତି।
ଡାଏରି ଲେଖାକୁ ଫରେନ୍‌ସିକ୍‌ ଲାବ୍‌ ପଠାଯିବ
ମୃତ୍ୟୁ ପୂର୍ବରୁ ଆଦିତ୍ୟ ଡାଏରିରେ କିଛି ଲେଖିଥିବା କୁହାଯାଉଛି। ସୁଇସାଇଡ୍‌ ନୋଟ୍‌ ରହିଥିବା ଉକ୍ତ ଡାଏରିକୁ ପୋଲିସ ଜବତ କରିଛି। ହେଲେ ଡାଏରିରେ ରହିଥିବା ଲେଖା ଆଦିତ୍ୟଙ୍କର ନା ଅନ୍ୟକେହି ଲେଖିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ପୋଲିସ ଏହି ଡାଏରିକୁ ଶୁକ୍ରବାର ରସୁଲଗଡ଼ସ୍ଥିତ ଫରେନ୍‌ସିକ୍‌ ଲାବ୍‌କୁ ପଠାଇବ। ସେଠାରେ ବିଶେଷଜ୍ଞମାନେ ଏହାକୁ ଯାଞ୍ଚ କରି ରିପୋର୍ଟ ଦେବା ପରେ ତଦନ୍ତ ଆଗକୁ ବଢିବ ବୋଲି ରେଲ୍‌ଓ୍ବେ ଏସ୍‌ପି ଅଶୋକ ବିଶ୍ୱାଳ କହିଛନ୍ତି। ଏନେଇ ଆଦିତ୍ୟଙ୍କ ମା’ କହିଛନ୍ତି ଯେ, ତାଙ୍କୁ ଜବରଦସ୍ତି ସୁଇସାଇଡ୍‌ ନୋଟ ଲେଖାଇ ହତ୍ୟା କରାଯାଇଛି।
ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ
ଆଦିତ୍ୟଙ୍କ ମୋବାଇଲ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି। ଆଦିତ୍ୟ ଶେଷଥର କାହା ସହ କଥା ହୋଇଛନ୍ତି ଓ କେଉଁମାନଙ୍କ ସହ ବହୁସମୟ ଯୋଗାଯୋଗରେ ଥିଲେ ସେସବୁକୁ ନେଇ ତଦନ୍ତ କରୁଛି। ଏଥିସହ ଆଦିତ୍ୟ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍‌ ଫୋନ୍‌କୁ ପୋଲିସ ଜବତ କରିଛି। ଏହାସହ ବହୁ ସମୟରେ ଆଦିତ୍ୟଙ୍କ ମୋବାଇଲକୁ ତାଙ୍କ ସ୍ତ୍ରୀ ବ୍ୟବହାର କରୁଥିଲେ। ତେଣୁ ଆଦିତ୍ୟ ମୃତ୍ୟୁ ପୂର୍ବରୁ ଉକ୍ତ ମୋବାଇଲ୍‌ ଫୋନ୍‌କୁ ଘରେ ଛାଡି ଯାଇଥିଲେ। ତେଣୁ ପୋଲିସ ପରିବାରର ସମସ୍ତ ସଦସ୍ୟଙ୍କ ମୋବାଇଲ୍‌ ନମ୍ବର ଏବଂ ତାଙ୍କ ସଂଗଠନର ଅନେକ ଲୋକଙ୍କ ଫୋନ୍‌ ନମ୍ବରର ସିଡିଆର ରିପୋର୍ଟ ବାହାର କରି ପୋଲିସ ଯାଞ୍ଚ କରୁଛି। ସେଥିରୁ କିଛି ଗୁମର ଖୋଲିବ ବୋଲି ରେଲ୍‌ଓ୍ବେ ଏସ୍‌ପି ଅଶୋକ କହିଛନ୍ତି।

ମୋ ଖୋଜିବାର ସୁଯୋଗ ନେଇ କେହି ତାଙ୍କୁ ହତ୍ୟା କରିଛି

ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ତେଣୁ ମାମଲାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀଙ୍କୁ ଧରିି ଉପଯୁକ୍ତ ଶାସ୍ତି ଦେବାକୁ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ପୋଲିସ ଓ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ପୂର୍ବକଥାକୁ ପୁଣି ଦୋହରାଇ କହିଛନ୍ତି, ଆଦିତ୍ୟ କେବେ ବି ସୁଇସାଇଡ୍‌ କରିପାରିବେନି। ସେ ଜୁଲାଇ ୬ରେ ଲିଙ୍ଗରାଜ ରେଳ ଷ୍ଟେଶନରେ ଅଧ ଘଣ୍ଟା ହେବ ବସିଥିଲେ। ଗୋଟିଏ ପ୍ଲାଟଫର୍ମରୁ ଆଉ ଏକ ପ୍ଲାଟଫର୍ମକୁ ଯିବା ସହ ଟ୍ରେନ୍‌ ଲାଇନ୍‌ରେ ବସିଥିଲେ ବୋଲି ଶୁଣାଯାଉଛି। ସେ ଜଣେ ମୋଟିଭେଟର ହୋଇଥିବରୁ କିଛି ସମୟ ବସିଗଲେ ମୁଣ୍ଡ ଥଣ୍ଡା ହୋଇଯାଏ। ତେଣୁ କିଭଳି ସେ ଆତ୍ମହତ୍ୟା କରିବେ। ମୋତେ ଲାଗୁଛି ମୁଁ ଯେତେବେଳେ ତାଙ୍କୁ ଖୋଜାଖୋଜି କରିବାକୁ ସମସ୍ତଙ୍କୁ କହିଲି, କେହି ଏହାର ସୁଯୋଗ ନେଇ ତାଙ୍କୁ ସେଠାରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦେଇଛନ୍ତି ବୋଲି ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି। ଏହି ମାମଲାରେ ସେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କୁ ଯୋଡିଛନ୍ତି। ପପୁ ତାଙ୍କଠାରୁ ବିଭିନ୍ନ ସମୟରେ ଧାର ଆକାରରେ ଟଙ୍କା ନେଇ ଶୁଝି ନାହାନ୍ତି। ଏହାକୁ ନେଇ କିଛି ବି ଘଟିଥାଇ ପାରେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri