Categories: ବାଣିଜ୍ୟ

ଆଦିତ୍ୟ ଗ୍ରୁପର ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୧।୧୨ : ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ଗ୍ରୁପର ବହୁ ପ୍ରତୀକ୍ଷିତ ଏବଂ ସଂସ୍ଥାର ନୂତନ ପରିଚୟ ‘ଲୋଗୋ’ ବା ‘ଆଦିତ୍ୟ ଗ୍ରୁପ- ଇନ୍‌ସ୍ପାଏରିଂ ପସିବିଲିଟିଜ’ର ଆନୁଷ୍ଠାନିକ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀର ୨୦ତମ ପ୍ରତିଷ୍ଠା ଦିବସ ‘ଅଥ୍ୟୁଲାମ’ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବ୍ରାଣ୍ଡ୍‌ର ନୂଆ ଲୋଗୋକୁ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରୁପର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ପଦ୍ମଚରଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରୁପର ନିର୍ଦ୍ଦେଶିକା ସତ୍ୟଭାମା ପାତ୍ର, ଏମ୍‌ଡି ଆଦିତ୍ୟ ପାତ୍ର, ନିର୍ଦ୍ଦେଶିକା ପ୍ରିୟମ୍ବଦା ପାତ୍ରଙ୍କ ସମେତ ହାଇଓ୍ବେ ହୋଣ୍ଡାର ଉପସଭାପତି ରାଜୀବ ପଣ୍ଡା, ଆଦିତ୍ୟ ମୋଟର୍ସର ମନୋଜ କୁମାର ରଥ ଏବଂ ଆଦିତ୍ୟ ହ୍ୟୁଣ୍ଡାଇର ଅଜିତ କୁମାର ଆଚାର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଆଦିତ୍ୟ ଗ୍ରୁପର ଅଗ୍ରଣୀ ସଂସ୍ଥା ଯଥା ହାଇଓ୍ବେ ହୋଣ୍ଡା, ଆଦିତ୍ୟ ମୋଟର୍ସ , ଆଦିତ୍ୟ ହ୍ୟୁଣ୍ଡାଇ, ହାଇଓ୍ବେ ରିଫିଲ, ୟୁଜୁଡୁ କାର ପୋର୍ଟାଲ ଏବଂ ଆଦିତ୍ୟ କାର ସ୍ପା ଭଳି ୟୁନିଟ କାର୍ଯ୍ୟକ୍ଷମ ରହିଛି।

Share