Categories: ଜାତୀୟ

ତୃତୀୟଥର କକ୍ଷ ବଦଳାଇଲା ଆଦିତ୍ୟ ଏଲ୍‌-୧

ବେଙ୍ଗାଲୁରୁ,୧୦ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିବା ଆଦିତ୍ୟ- ଏଲ୍‌୧ ମହାକାଶଯାନର ପୃଥିବୀର କକ୍ଷପଥ ସହିତ ଜଡ଼ିତ ତୃତୀୟ ପ୍ରକ୍ରିୟା ରବିବାର ସଫଳତାର ସହିତ ଶେଷ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି। ଇସ୍ରୋ କହିଛି, ସ୍ପେସ୍‌ ଏଜେନ୍ସିର ବେଙ୍ଗାଲୁରୁସ୍ଥିତ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟଓ୍ବାର୍କ ସଫଳତାର ସହ ଏହି ମିଶନକୁ ସଫଳ କରିଛି।

Share