Categories: ଜାତୀୟ

ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ-ଏଲ୍‌୧, ଇସ୍ରୋ ଦେଲା ସୂଚନା

ନୂଆଦିଲ୍ଲୀ,୧୮।୯: ଆଦିତ୍ୟ-ଏଲ୍‌୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋସିଆଲ ମିଡିଆରେ ଶେୟାର କରିଛି। ଇସ୍ରୋ ଏହାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛି, ଆଦିତ୍ୟ-ଏଲ୍‌୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। ସ୍ଟେପ୍ସ ଉପକରଣ ସେନ୍ସରଗୁଡ଼ିକ ପୃଥିବୀଠାରୁ ୫୦,୦୦୦କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ସୁପର-ଥର୍ମାଲ ଏବଂ ଶକ୍ତିଶାଳୀ ଆୟନ ଏବଂ ଇଲେକ୍ଟ୍ରନ ମାପିବା ଆରମ୍ଭ କରିଦେଇଛି। ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ। ଏହି ଚିତ୍ର ବିଭିନ୍ନ ୟୁନିଟ ମଧ୍ୟରୁ ସଂଗୃହିତ ଶକ୍ତିଶାଳୀ କଣିକା ସମ୍ବନ୍ଧରେ ବାୟୁମଣ୍ଡଳର ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରେ ।

Share