Categories: ଜାତୀୟ

ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ-ଏଲ୍‌୧’

ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରର ଉତ୍‌ପେକ୍ଷଣ କରାଯାଇଛି। ପୂର୍ବାହ୍ନ ୧୧.୫୦ରେ‘ଆଦିତ୍ୟ-ଏଲ୍‌୧’ ଉତ୍‌କ୍ଷେପଣ ହୋଇଛି। ‘ପିଏସଏଲ୍‌ଭି-ସି୫୭’ ରକେଟ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ‘ଆଦିତ୍ୟ-ଏଲ୍‌୧’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୪ ମାସ ସମୟ ଲାଗିବ।

Share