Categories: ଜାତୀୟ

ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଲା ଆଦିତ୍ୟ ଏଲ-୧, ୧୨ଟି ରଙ୍ଗରେ ଦେଖାଗଲେ ସୂର୍ଯ୍ୟ

ନୂଆଦିଲ୍ଲୀ,୮।୧୨: ଖୁବ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି ଆଦିତ୍ୟ ଏଲ୧। ଶୁକ୍ରବାର ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଛି। ଆଦିତ୍ୟ ଏଲ-୧ରେ ଥିବା ପେଲୋଡ, ସୋଲାର ଅଲ୍ଟାଭାଓଲେଟ ଇମେଜିଂ ଟେଲିସ୍ପୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ ଡିସ୍କ ଫଟୋ ପଠାଇଛି। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥରେ ରହିଛି। ଏଥିରେ ଆପଣ ସୂର୍ଯ୍ୟଙ୍କୁ ୧୨ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖିପାରିବେ।

 

ସୂଚନାଯୋଗ୍ୟ, ଆଦିତ୍ୟ ଏଲ-୧ର ଇମେଜିଂ ଟେଲିସ୍ପୋପ ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଅର୍ଥାତ ଫୋଟୋସ୍ଫିୟର, ସୂର୍ଯ୍ୟଙ୍କ ପୃଷ୍ଠ ଏବଂ କ୍ରୋମୋସ୍ଫିୟରର ଫଟୋ ଉତ୍ତୋଳନ କରିଛି। ଏହି ଫଟୋ ସାହାଯ୍ୟରେ ବୈଜ୍ଞାନିକ ସୂର୍ଯ୍ୟଙ୍କ ଗବେଷଣା ଆହୁରି ଭଲ ଭାବରେ କରିପାରିବେ।

Share