Categories: ଜାତୀୟ

ଆଦିତ୍ୟ- ଏଲ୍‌୧ ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୧।୯: ଚନ୍ଦ୍ରୟାନ-୩ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶର ଆହୁରି ଭିତରକୁ ଯିବାକୁ ପ୍ରସ୍ତୁତ। ଏଥର ଆଖି ସୂର୍ଯ୍ୟଙ୍କ ଉପରେ ଅଛି, ଯେଉଁଥି ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ- ଏଲ୍‌୧ ମିଶନର ଲଞ୍ଚ୍‌ କରିବାକୁ ଯାଉଛି। ସୂର୍ଯ୍ୟର ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ମିଶନର କାଉଣ୍ଟଡାଉନ୍‌ ଗଣନା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏନେଇ ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share