Categories: ଜାତୀୟ

ପଞ୍ଚମ ଥର ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୧୯।୯: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୍‌୧ ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହି ସୂଚନା ଦେଇଛି। ଆଦିତ୍ୟ-ଏଲ୍‌୧ ବର୍ତ୍ତମାନ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଏଲ୍‌୧ ବିନ୍ଦୁ ଆଡକୁ ଗତି କରିଛ।
ଏହାପୂର୍ବରୁ ଆଦିତ୍ୟ-ଏଲ୍‌୧ ସେପ୍ଟେମ୍ବର ୧୫ରେ ଚତୁର୍ଥ ଥର ପାଇଁ କକ୍ଷପଥକୁ ସଫଳତାର ସହିତ ପରିବର୍ତ୍ତନ କରିଥିଲା। ଥ୍ରଷ୍ଟର ଫାୟାର୍‌ର କିଛି ସମୟ ପରେ ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଏଥି ସହିତ ଇସ୍ରୋ ସେପ୍ଟେମ୍ବର ୧୦ରେ ତୃତୀୟ ଥର ପାଇଁ ଆଦିତ୍ୟ-ଏଲ୍‌୧ ମହାକାଶଯାନର କକ୍ଷପଥକୁ ବଦଳାଇଥିଲା। ସେପ୍ଟେମ୍ବର ୫ରେ ଦ୍ୱିତୀୟ ଥର ପାଇଁ କକ୍ଷପଥ ବଦଳାଇଥିଲା ଏବଂ ସେପ୍ଟେମ୍ବର ୩ରେ ପ୍ରଥମ ଥର ପାଇଁ ଆଦିତ୍ୟ-ଏଲ୍‌୧ ସଫଳତାର ସହିତ କକ୍ଷପଥକୁ ପରିବର୍ତ୍ତନ କରିଥିଲା।
ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ସେପ୍ଟେମ୍ବର ୨ରେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ପ୍ରଥମେ ପୃଥିବୀ ଚାରିପଟେ ବୁଲିବ ଏବଂ ତାପରେ ଏହା ସୂର୍ଯ୍ୟ ଆଡକୁ ଉଡ଼ିବ।

Share