ଆଦିତ୍ୟ ନାରାୟଣ ଏବଂ ସ୍ତ୍ରୀ ଶ୍ୱେତାଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କରୋନା ପୁଣି କାୟା ବିସ୍ତାର କଲାଣି। ଜଣକ ପରେ ଜଣେ କଳାକାର କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଆଜି ବିଶିଷ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଇଣ୍ଡିଆନ ଆଇଡଲ-୧୨ର ହୋଷ୍ଟ ଆଦିତ୍ୟ ଏବଂ ତାଙ୍କ ସ୍ତ୍ରୀ ଶ୍ୱେତା ଅଗ୍ରଓ୍ବାଲ୍‌ଙ୍କୁ କରୋନା ହୋଇଛି। ଆଦିତ୍ୟ ତାଙ୍କ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଆମେ ଦୁଇ ଜଣ କିପରି ଶୀଘ୍ର ସୁସ୍ଥ ହେବୁ ସେନେଇ ଆପଣମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଉଭୟ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି।

Share