ମନ୍ଦିରରେ ବିବାହ କରିବେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଟେଲିଭିଜନ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଆଦିତ୍ୟ କିଛିଦିନ ପୂର୍ବରୁ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବା କଥା କହିଥିଲେ । ଏବେ ଖବର ଆସିଛି କି ଶ୍ୱେତା-ଆଦିତ୍ୟଙ୍କ ପ୍ରେମ କାହାଣୀ ଚଳିତ ବର୍ଷ ହିଁ ନୂଆ ନାମ ନେବ । ବେଶ୍ କିଛିଦିନ ହେବ ଏହି ପ୍ରେମି ଯୁଗଳ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ସେମାନେ ବିବାହ କରିବାକୁ ଯାଉଛନ୍ତି । ତେବେ ଚଳିତ ବର୍ଷ ଡିସେମ୍ବର ୧ରେ ଏମାନେ ବିବାହ କରିବେ ବୋଲି ଜଣାପଡିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ପରିବାର ସଦସ୍ୟଙ୍କୁ ନେଇ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଆଦିତ୍ୟ କହିଛନ୍ତି । କାରଣ ମହାରାଷ୍ଟ୍ର ସରକାର ବିବାହ ପାଇଁ କେବଳ ୫୦ ଜଣ ଏକାଠି ହୋଇ ପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି । ଏହାସହ ଏମାନଙ୍କ ବିବାହ ମନ୍ଦିରରେ ହେବ । ଯେବେ ମହାମାରୀ କମିବ ତା’ପରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯିବ ବୋଲି ଆଦିତ୍ୟ ସୂଚନା ଦେଇଛନ୍ତି ।

Share