ନେହା-ରୋହନପ୍ରୀତ୍‌ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି ତାଙ୍କୁ ବିବାହ କରିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ନେହା ରୋହନପ୍ରୀତଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ପ୍ରେମବ୍ୟକ୍ତ କରିଛନ୍ତି।

କିଛିଦିନ ତଳେ ନେହା ରୋହନପ୍ରୀତ୍‌ଙ୍କ ସହ ତାଙ୍କର ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ କ୍ୟାପ୍‌ଶନ ଲେଖିଥିଲେ ‘ତୁମେ ହିଁ ମୋର’। ନେହାଙ୍କ ଏହି ପୋଷ୍ଟରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। କହିରଖୁଛୁ ନିକଟରେ ଆଦିତ୍ୟଙ୍କ ସହ ନେହାଙ୍କ ସମ୍ପର୍କକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଚାଲିଥିଲା।

ନେହାଙ୍କ ଏହି ପୋଷ୍ଟରେ ଆଦିତ୍ୟ ନାରାୟଣ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ନେହା ଏବଂ ରୋହନପ୍ରୀତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିତୀୟ ଫଟୋରେ ଲେଖିଛନ୍ତି, ‘ତେବେ ଗୋଆରେ ମୋତେ କାହିଁକି ଲୁଟ୍‌ କଲ’। ଆଦିତ୍ୟଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଆରମ୍ଭ କରିଛନ୍ତି।

କିଛିଦିନ ତଳେ ନେହା ଏବଂ ରୋହନପ୍ରୀତଙ୍କ ବିବାହ ବିଷୟରେ ମଧ୍ୟ ଖବର ଆସିଥିଲା। କୁହାଯାଉଥିଲା ଯେ, ନେହା ଏବଂ ରୋହନପ୍ରୀତ ଏହି ମାସରେ ଦିଲ୍ଲୀରେ ବିବାହ କରିବେ। ତେବେ ବିବାହ ସମ୍ପର୍କରେ ଉଭୟ କଳାକାରଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ଉଭୟଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରି ନେହା ତାଙ୍କ ସ୍ବର ଦ୍ୱାରା ଲୋକଙ୍କ ହୃଦୟ ଜିତି ଚାଲିଛନ୍ତି। ସେ ଅନେକ ବଲିଉଡ୍‌ ଫିଲ୍ମରେ ଜବରଦସ୍ତ ଗୀତ ଗାଇଛନ୍ତି। ଏଥିସହିତ ରୋହନପ୍ରୀତ ଏକ ଟିଭି ଶୋ’ ‘ରାଇଜିଂ ଷ୍ଟାର’ର ପ୍ରଥମ ରନର୍ସ୍‌ ଅପ୍‌ ହୋଇଛନ୍ତି। ‘ମୁଝସେ ଶାଦୀ କରୋଗେ’ରେ ମଧ୍ୟ ସେ ନଜର ଆସିଥିଲେ।

Share