ବାପା ହେବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଖୁବଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି । ସୋମବାର ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏଥିରେ ଆଦିତ୍ୟ ଏକ ଖୁସିର ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଶ୍ୱେତା ତାଙ୍କ ବେବି ବମ୍ପକୁ ହଗ୍ କରୁଥିବା ନଜର ଆସିଛି ।ଆଦିତ୍ୟ ଲେଖିଛନ୍ତି ମୁଁ ଓ ଶ୍ୱେତା ଖୁବଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ । ଆଉ କ୍ୟାପଶନରେ ଲେଖିଛନ୍ତି ହ୍ୟାସଟ୍ୟାଗ ବେବି ଅନ ଦ ୱେ । ଆଦିତ୍ୟ ଏଡି ସୂଚନା ଦେବା ପରେ ମନୋରଞ୍ଜନ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି । ଗାୟିକା ନେହା କକ୍କର ଆଦିତ୍ୟ ଓ ଶ୍ୱେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଲେଖିଛନ୍ତି ହ୍ୱାଟ ଏ ୱାଣ୍ଡରଫୁଲ ନ୍ୟୁଜ । ସୂଚନାଯୋଗ୍ୟ, ଆଦିତ୍ୟ ଓ ଶ୍ୱେତା ତାଙ୍କ ପ୍ରଥମ ମୁଭି ‘ଶାପିତ’ର ସେଟ୍‌ରେ ଉଭୟଙ୍କୁ ଭେଟିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ ଆଉ ୨୦୨୦ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ।

Share