ପିତାଙ୍କ ଜନ୍ମଦିନରେ ବିବାହ ରଚିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପୁଅ ଆଦିତ୍ୟ ନାରାୟଣ ତାଙ୍କୁ ବହୁତ ସୁନ୍ଦର ଉପହାର ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଆଦିତ୍ୟ ନାରାୟଣ ପିତାଙ୍କ ଜନ୍ମଦିନ ଅବସରରେ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ଏବଂ ତାଙ୍କ ପାଇଁ ଏକ ବୋହୂ ଆଣିବାକୁ ଯାଉଛନ୍ତି। ଆଦିତ୍ୟ ନାରାୟଣଙ୍କ ବିବାହ ରୀତିନୀତି ଆରମ୍ଭ ହୋଇସାରିଛି। ଆଦିତ୍ୟ ଦୀର୍ଘ ଦିନ ଧରି ଶ୍ୱେତା ଅଗରୱାଲଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଶ୍ୱେତା ଅଗ୍ରୱାଲଙ୍କ ସହ ଆଦିତ୍ୟ ନାରାୟଣଙ୍କ ଫଟୋ ଭାଇରାଲ ହୋଇଥିଲା। କିନ୍ତୁ ତା’ପରେ ଦୁହେଁ ନିଜ ସମ୍ପର୍କ ଉପରେ ନୀରବ ରହିଲେ। ତେବେ ନିକଟରେ ସିଙ୍ଗର ଖୋଲାଖୋଲି ଭାବରେ ନିଜର ପ୍ରେମ ବ୍ୟକ୍ତ କରି ଶ୍ୱେତାଙ୍କୁ ବିବାହ କରିବାକୁ କହିଥିଲେ। ଶ୍ୱେତା ଅଗ୍ରୱାଲ ଜଣେ ବଲିଉଡ ଅଭିନେତ୍ରୀ ଯିଏ ଟିଭି ଜଗତରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ରାଘବେନ୍ଦ୍ରଙ୍କ ସହ ଡେବ୍ୟୁ କରିଥିଲେ ଏବଂ ଉଦିତ ନାରାୟଣଙ୍କ ବିପକ୍ଷରେ ସାପିତ୍‌ରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ମୁଖ୍ୟ ଅଭିନେତା ଭାବରେ ଆଦିତ୍ୟ ନାରାୟଣଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା।ଏହି ଚଳଚ୍ଚିତ୍ରଟିକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ।

Share