ବାପା ହେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇର ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ ଆଦିତ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି ଥିବା ଜଣାପଡିଛି।

Share