ଆଦିତ୍ୟ ପାଞ୍ଚୋଲି-କଙ୍ଗନା ଲୁଚାଛପାରେ କରୁଥିଲେ ଡେଟିଂ…

ମୁମ୍ବାଇ,୪।୧: ବଲିଉଡ୍‌ ଅଭିନେତା ଆଦିତ୍ୟ ପାଞ୍ଚୋଲି ସୋମବାର ୫୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୬୫ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୬ରେ ଜରିନା ଓ୍ବାହାବଙ୍କୁ ବିବାହ କରିବା ପରେ ଆଦିତ୍ୟ ବଲିଉଡ୍‌ରେ ପାଦ ଦେଇଥିଲେ। ଅନେକ ସଂଘର୍ଷ ପରେ ତାଙ୍କୁ ସଫଳତା ମିଳିଥିଲା । ହଟ୍‌ ତଥା ସୁନ୍ଦରୀ କଙ୍ଗନା ରଣାଓ୍ବତ୍‌ଙ୍କ ସହିତ ଆଦିତ୍ୟ ଦୀର୍ଘ ଦିନ ଧରି ଲୁଚାଛପାରେ ଡେଟିଂ କରୁଥିଲେ। ଦୁହେଁ ବାହାରେ ଲୋକଙ୍କୁ ପରସ୍ପରକୁ ସ୍ତ୍ରୀ-ସ୍ବାମୀ ଭାବେ ପରିଚୟ ଦେଉଥିବାରୁ ଶୁଣାଯାଉଥିଲା। ଉଭୟଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ନାନା ଚର୍ଚ୍ଚା ଜାରି ରହିଥିଲା। ତେବେ ଆଦିତ୍ୟଙ୍କ ଏହି ସମ୍ପର୍କ ବିଷୟରେ ତାଙ୍କ ସ୍ତ୍ରୀ ଜରିନା ଓ୍ବାହାବ୍‌ ମୁହଁ ମଧ୍ୟ ଖୋଲି ନ ଥିଲେ କିମ୍ବା କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇ ନ ଥିଲେ।

Share