Categories: ଜାତୀୟ

ଏହି ବ୍ୟାଙ୍କର ପାଉଛନ୍ତି ସର୍ବାଧିକ ଦରମା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୧୯।୭: ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ବେତନ ପାଇଥିବା ବ୍ୟାଙ୍କ୍‌ରଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ। ଗତ ବର୍ଷ ତୁଳନାରେ ତାଙ୍କ ଦରମା ଏବଂ ଅନ୍ୟାନ୍ୟ ମିଶିକି ୨୦୧୯-୨୦ ଆର୍ଥିକ ବର୍ଷରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ତାଙ୍କ ବେତନ ୧୮.୯୨ କୋଟି ଟଙ୍କା ହୋଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ହେଉଛି ଦେଶର ସବୁଠାରୁ ବଡ ଘରୋଇ ବ୍ୟାଙ୍କ। ଗତ ୨୫ ବର୍ଷ ମଧ୍ୟରେ ନିବେଶକମାନଙ୍କ ପାଇଁ ଏହା ସର୍ବାଧିକ ପସନ୍ଦର ବ୍ୟାଙ୍କ ଅଟେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବାର୍ଷିକ ରିପୋର୍ଟରେ କହିଛି ଯେ, ଗତ ଆର୍ଥିକ ବର୍ଷରେ ପୁରୀ ଏହାର ଷ୍ଟକ ବିକଳ୍ପଗୁଡିକର ଲାଭ ଉଠାଇ ୧୬୧.୫୬ କୋଟି ଟଙ୍କା ଆୟ କରିଛି। ସୂଚନାଯୋଗ୍ୟ, ଆଦିତ୍ୟ ପୁରୀ ଚଳିତ ବର୍ଷ ଅକ୍ଟୋବରରେ ଅବସର ନେବେ। ୨୦୧୮-୧୯ ଆର୍ଥିକ ବର୍ଷରେ ସେ ଷ୍ଟକ ବିକଳ୍ପରୁ ୪୨.୨୦ କୋଟି ଟଙ୍କା ଆୟ କରିଥିଲେ।

Share