ଖାଲି ‘ହଁ’ କୁ ଅପେକ୍ଷା

ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଟିଆଓ୍ବାଡି’ର ସଫଳତା ପରେ ନୂଆ ଫିଲ୍ମ ଉପରେ କାମ କରିବାକୁ ପ୍ରସ୍ତୁତ ହେଲେଣି ଲୋକପ୍ରିୟ ନିର୍ମାତା ସଞ୍ଜୟ ଲିଲା ଭଂସାଲୀ। ଫିଲ୍ମ ଲାଗି ନାୟିକାନାୟକ ଖୋଜା ସରିଥିଲେ ହେଁ ସେଥିରେ ମୋହର ବାଜିନାହିଁ। କାରଣଟି ହେଉଛି ସେମାନଙ୍କ ‘ହଁ’। କିଛି ରିପୋର୍ଟ ଅନୁଯାୟୀ ଭଂସାଲିଙ୍କ ଆଗାମୀ ଚଳଚ୍ଚିତ୍ର ଲାଗି ଆଦିତ୍ୟ ରୟ କପୁର ଏବଂ କ୍ରିତି ସାନନଙ୍କୁ ଆପ୍ରୋଚ କରାଯାଇଛି। ଉଭୟଙ୍କ ହାତରେ ଏକାଧିକ ଫିଲ୍ମ ଥିବାରୁ ଉଭୟ ଏଯାଏ ହଁ କହିନାହାନ୍ତି। ଯଦି ସେମାନେ ରାଜି ହୋଇ ଯାଆନ୍ତି ତେବେ ପ୍ରଶଂସକ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କୁ ବଡ ପରଦାରେ ରୋମାନ୍ସ କରୁଥିବା ଦେଖିବେ। ହେଲେ ଆଧିକାରିକ ଭାବେ ଦୁହେଁ କୌଣସି ବୟାନ ଦେଇନାହାନ୍ତି। ତେବେ କ୍ରିତି ଏବଂ ଆଦିତ୍ୟଙ୍କୁ ଚଳଚ୍ଚିତ୍ର ‘କଳଙ୍କ’ର ଏକ ଗୀତ ‘ଏରା ଗେରା’ରେ ଦେଖିବାକୁ ମିଳିଥିଲା। ଗୀତଟି ଏକ ଆଇଟମ୍‌ ନମ୍ବର ଥିଲା। କ୍ରିତି ଏଥିରେ ସ୍ପେଶାଲ ଆପିୟରାନ୍ସ ଦେଇଥିଲେ।

Share