କରୋନା ଜାଲରେ ଆଉ ଜଣେ ଅଭିନେତା

ବମ୍ବେ: ପୁଣି ଲେଉଟିଛି କରୋନା। ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଅଭିନେତା ଏଥିରେ ଆକ୍ରାନ୍ତ ହେଉଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାରଙ୍କ ପରେ ଆଦିତ୍ୟ ରୟ କପୁର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଆଦିତ୍ୟ ଫିଲ୍ମ ‘ଓମ୍‌: ଦ ବ୍ୟାଟ୍‌ଲ ଉଇଦିନ୍‌’ର ପ୍ରମୋଶନ ତାରିଖକୁ ଆଗକୁ ବଢ଼ାଇ ଦେଇଛନ୍ତି।

ତେବେ ‘ଓମ୍‌: ଦ ବ୍ୟାଟ୍‌ଲ ଉଇଦିନ୍‌’ ଏକ ଆକ୍ସନ-ଥ୍ରିଲର ଫିଲ୍ମ। ଏଥିରେ ଅର୍ଜୁନଙ୍କ ସହ ସଞ୍ଜନା ସାଙ୍ଘି ପ୍ରମୁଖ ଭୂମିକାରେ ନଜର ଆସିବେ। ଅହମ୍ମଦ ଖାଁ ଏହାର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ କପିଲ ବର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଜୁଲାଇରେ ରିଲିଜ ହେବ।

Share