ବଦଳିଲା ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍‌’ର ଟାଇଟଲ

ମୁମ୍ବାଇ: ଅନେକ ସମୟରେ ବଲିଉଡରେ ଦେଖିବାକୁ ମିଳିଛି କି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଟାଇଟେଲରେ କିଛି ଅଦଳ ବଦଳ କରାଯାଇଥାଏ । ଏମିତି ଏବେ ଘଟିଛି ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍‌’ ସହ । ଶୁଣିବାକୁ ମିଳିଛି କି ଏହି ଫିଲ୍ମର ଟାଇଟଲକୁ ବଦଳାଇ ଦିଆଯାଇଛି । ଏବେ ନୂଆ ନାଁରେ ଏହା ରିଲିଜ୍ କରାଯିବ ।
ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍‌’ର ମେକର୍ସଙ୍କୁ କପି ରାଇଟ ପାଇଁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ସେଥିପାଇଁ ଓମର ମେକର୍ସ ଏହାର ଟାଇଟଲକୁ ବଦଳାଇବାକୁ ଚିନ୍ତା କରିଥିଲେ । ଏବେ ଏହାର ନୂଆ ନାମ ‘ରାଷ୍ଟ୍ର କବଚ ଓମ’ ହେବ ବୋଲି ଜଣାପଡିଛି । ଏହି ନାମରେ ଏବେ ଏହା ସିନେମା ହଲରେ ରିଲିଜ କରାଯିବ । ଏହାର ପ୍ରମୋଶନ ଓ ପୋଷ୍ଟରରେ ବି ପୁରୁଣା ଟାଇଟଲକୁ ହଟାଇ ଦିଆଯିବ ।
ନିକଟରେ ‘ରାଷ୍ଟ୍ର କବଚ ଓମ’ର ଦମଦାର ଟ୍ରେଲର ରିଲିଜ ହୋଇଛି । ଆଉ ଟ୍ରେଲର ଦେଖିବା ପରେ ଦର୍ଶକେ ବଡ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ଆସନ୍ତା ୧ ଜୁଲାଇ ୨୦୨୨ରେ ଏହା ରିଲିଜ୍ ହେବ । କପିଲ ବର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ବ୍ୟତୀତ ସଞ୍ଜନା ସାଂନ୍ଧବି, ଜ୍ୟାକି ଶ୍ରଫ, ଆଶୁତୋଷ ରାଣା ଓ ପ୍ରକାଶ ଝାଙ୍କ ଭଳି ଅନୁଭବି ଅଭିନେତାଙ୍କୁ ଦେଖିବାକୁ ମିଳିବ ।

Share