ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ୍ ସିଂଙ୍କ ବିବାହ ଖବର ଖୁବ୍ ଚର୍ଚ୍ଚା ହେଉଛି। ଏହି ସମୟରେ ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋ ପରେ ଫଟୋ ପୋଷ୍ଟ କରିଚାଲିଛନ୍ତି। ଏବେ ନେହା ତାଙ୍କ ନିର୍ବନ୍ଧର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର କରି ଚର୍ଚ୍ଚା ହେଉଥିବା କଥା ଉପରେ ମୋହର ଲଗାଇଛନ୍ତି।
କିଛିଦିନ ତଳେ ଦୁଇଜଣ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ନେହା ଫଟୋ ଶେୟାର କରି ପ୍ରଶଂସକଙ୍କୁ ସତକଥା ଜଣାଇଛନ୍ତି। କିନ୍ତୁ ନେହାଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବନ୍ଧୁ ଆଦିତ୍ୟ ନାରାୟଣ ସହଜରେ ବିଶ୍ୱାସ କରୁନାହାନ୍ତି। ସେ କହିଛନ୍ତି, ନେହା ଛୋଟ ପିଲାନୁହନ୍ତି, ଏତେ କମ୍ ଦିନ ମଧ୍ୟରେ ସେ ଏପରି ନିଷ୍ପତ୍ତି କେବେ ନେଇପାରିବେନି। ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ମୋତେ ଏ ପାଇଁ କୌଣସି ନିମନ୍ତ୍ରଣ ମିଳିନାହିଁ।