ଝିଅର ପ୍ରଥମ ଝଲକ ଶେୟାର କଲେ ଆଦିତ୍ୟ

ବଲିଉଡ ଆକ୍ଟର ତଥା ସିଙ୍ଗର ଆଦିତ୍ୟ ନାରାୟଣ-ଶ୍ୱେତା ଅଗ୍ରୱାଲ ଗତ କିଛି ଦିନ ପୂର୍ବରୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ତାଙ୍କର ପ୍ରଥମଙ୍କୁ ଜନ୍ମ ଦେଇଥିଲେ ଶ୍ୱେତା। କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା କରିଥିଲେ। ତେବେ ନିକଟରେ ଝିଅର ପ୍ରଥମ ଝଲକ ଇନଷ୍ଟାଗ୍ରାମ ଶେୟାର କରିଛନ୍ତି ଆଦିତ୍ୟ। ଆଉ ଲେଖିଛନ୍ତି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। କିଛି ଦିନ ପାଇଁ ମୁଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି। ଆଗକୁ କିଛି ସପ୍ତାହ ମୋ ଝିଅ ସହିତ ସମୟ ବିତେଇବାକୁ ଚାହୁଁଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

Share