ପାଟନା,୨୩।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଆଦିତ୍ୟ ତେଜସ୍ବୀଙ୍କୁ ଭେଟିବା ପାଇଁ ରାବ୍ରି ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ ଶିବସେନା ମହିଳା ନେତା ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନିଲ ଦେଶାଇ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଆଦିତ୍ୟ ଏବଂ ତେଜସ୍ବୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ଆଦିତ୍ୟ କହିଛନ୍ତି, ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ଉପରେ ଆମକୁ ଭାଜପା ବିରୋଧରେ ଏକାଠି ଲଢିବାକୁ ହେବ। ଏହାସହ ତେଜସ୍ବୀ କହିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆହ୍ବାନ ବର୍ତ୍ତମାନ ଆମ ସାମ୍ନାରେ ଅଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଯାହା ଦରକାର ତାହା ଆମେ ନିଶ୍ଚିତ କରିବୁ।