Categories: ଖେଳ

ଆଦିତ୍ୟ ବିକ୍ରମ ଚାମ୍ପିୟନ

ଭୁବନେଶ୍ୱର, ୨୨ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଦ୍ୱିତୀୟ କେ. ଡି. ପିଲାଇ ରାଜ୍ୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ଆଦିତ୍ୟ ବିକ୍ରମ ମିଶ୍ର (୪.୫ ପଏଣ୍ଟ) ଚାମ୍ପିୟନ ହୋଇଥିବା ବେଳେ ବିଜେଇଏମ୍‌ ସ୍କୁଲ-୧ର ଭିନିତ ନାୟକ (୪.୫) ରନର ଅପ୍‌ ହୋଇଛନ୍ତି। ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ ଖେଳାଳିମାନେ ହେଲେ ଲଳିତ ରଞ୍ଜନ ସାହୁ (ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲ, କଟକ), ଅଂଶୁମାନ ପତି (ମଦର୍ସ ପବ୍ଲିକ ସ୍କୁଲ), ଆରିହାନ ମିଶ୍ର (ଡିପିଏସ୍‌ କଳିଙ୍ଗ), ଅର୍ଣ୍ଣବ ମହାନ୍ତି (ବିଜେଇଏମ୍‌ ସ୍କୁଲ-୧), ତ୍ରିଦେବ ତୀର୍ଥଙ୍କର (କେଭି-୧ ଭୁବନେଶ୍ୱର), ପ୍ରିୟଦର୍ଶନ ରୟ (ଦିଲ୍ଲୀ ପବ୍ଲିକ ସ୍କୁଲ ସିଡିଏ), ପିନାକୀ ରୟ (ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପୋଖରୀପୁଟ)। ଏହି ଚାମ୍ପିୟନଶିପ୍‌ରେ ୭ ବର୍ଷରୁ କମ୍‌, ୯ ବର୍ଷରୁ କମ୍‌, ୧୧ ବର୍ଷରୁ କମ୍‌, ୧୩ ବର୍ଷରୁ କମ୍‌ ଓ ବାଳିକା ବିଭାଗରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ପୁରୀ ସନ୍ତୋଷୀ ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସୁଭାସିନୀ ବଳିୟାରସିଂ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିଫ୍‌ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭାବନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share