Categories: ଜାତୀୟ

ଭାରତୀୟ ସେନାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇଙ୍କୁ ପଦୋନ୍ନତି

ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଶୈଳେନ୍ଦ୍ର ମୋହନ ବିଷ୍ଟଙ୍କ ଭାରତୀୟ ସେନାରେ ପଦୋନ୍ନତି ହୋଇଛି। ସେ ଏବେ ସୁବେଦାର ମେଜର ହୋଇଛନ୍ତି। ଶୈଳେନ୍ଦ୍ର ଏବେ ଗଢଓ୍ବାଲ ରେଜିମେଣ୍ଟର ହୋଇଥିବା ବେଳେ ଭାରତ-ଚାଇନା ସୀମାରେ ଥିବା ମାଣା ବର୍ଡରରେ ନିଯୁକ୍ତ ହୋଇଛନ୍ତି।

ତେବେ ଆଦିତ୍ୟନାଥଙ୍କ ୩ ଭାଇ ଏବଂ ୧ ଭଉଣୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାନବେନ୍ଦ୍ର ମାହନ ସମସ୍ତଙ୍କଠାରୁ ବଡ଼। ତାଙ୍କ ପରେ ଶୈଳେନ୍ଦ୍ର ମୋହନ ଏବଂ ମହେନ୍ଦ୍ର ମୋହନ ଅଛନ୍ତି।

Share