ଆଦିତ୍ୟ ମୃତ୍ୟୁ ଘଟଣା: ବିଦ୍ୟାଶ୍ରୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୦।୮(ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଗୋଟିଏ ମାସ ବିତିଗଲାଣି। ଜିଆର୍‌ପି ପୋଲିସ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହେବା ପରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଛି। ହେଲେ ଆରମ୍ଭରୁ ତତ୍ପରତା ଦେଖାଇଥିବା କ୍ରାଇମବ୍ରାଞ୍ଚ ଏବେ ଅନ୍ଧାରରେ ବାଡ଼ି ବୁଲାଉଛି। ଏଯାଏ ମୃତ୍ୟୁର କିଛି ବି ସୁରାକ ମିଳିପାରି ନ ଥିବାବେଳେ ଏବେ ଆଉଏକ ଅଭିଯୋଗ ଥାନାରେ ପହଞ୍ଚତ୍ଛି। ସୋସିଆଲ ମିଡିଆରେ କରାଯାଉଥିବା ଅପପ୍ରଚାର ଓ ତାଙ୍କ ପରିବାରକୁ ଦିଆଯାଉଥିବା ମାନସିକ ନିର୍ଯାତନାକୁ ନେଇ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏପରି ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣାକୁ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଶୁଭାଶିଷଙ୍କ ନାମରେ ଏକ ମାମଲା (ନଂ.୧୩୬/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବିଦ୍ୟାଶ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସ୍ବାମୀ ଆଦିତ୍ୟଙ୍କ ମୃତ୍ୟୁ ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହି ମାମଲାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି। କିନ୍ତୁ କୌଣସି ପ୍ରମାଣ ଓ ତଥ୍ୟ ନ ଥାଇ ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ବହୁ ମିଥ୍ୟା ତଥା କପୋଳକଳ୍ପିତ ଆକ୍ଷେପମୂଳକ ମନ୍ତବ୍ୟ ପୋଷ୍ଟ କରୁଛନ୍ତି। ନିଜେ ଲୋକଲୋଚନକୁ ଆସିବା ପାଇଁ ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ପୋଲିସକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଲୋକଙ୍କ ହାତ ଥିବା ଟିପ୍ପଣୀ କରୁଛନ୍ତି। ଏଥିଯୋଗୁ ସେ ଓ ତାଙ୍କ ପରିବାର ଘୋର ମାନସିକ ଆଘାତ ପାଉଛନ୍ତି। ଏପରି କି ଉକ୍ତ ବ୍ୟକ୍ତି ଜଣକ ବିଦ୍ୟାଶ୍ରୀଙ୍କ ଚରିତ୍ରକୁ ନେଇ ନାନା ଅଶ୍ଳୀଳ ଇଙ୍ଗିତ କରି ବଦନାମ କରୁଛନ୍ତି। ଫେସବୁକ୍‌ରୁ ତାଙ୍କ ଫଟୋ ନେଇ ଭାଇ ଓ ସାଙ୍ଗଙ୍କ ସହ ଯୋଡ଼ି ପ୍ରତି ମୁହୂର୍ତ୍ତରେ ଇଜ୍ଜତ ଲୁଟୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିପାଇଁ ସେ ମାନସିକ ଭାରସାମ୍ୟ ହରାଉଛନ୍ତି। ଆତ୍ମହତ୍ୟା ଧମକ ଦେବା ସହ ଏଥିପାଇଁ ଶୁଭାଶିଷ ନାମକ ଯୁବକ ଦାୟୀ ରହିବେ। ପୋଲିସ ଯଦି କିଛି ପଦେକ୍ଷପ ନ ନେବେ କେତେବେଳେ କିଛିବି କରିଦେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ଡାଏରୀକୁ ଯାଞ୍ଚ କରିବା ସହ ସମସ୍ତ ସାଙ୍ଗଙ୍କୁ ପୁନଃ ପଚରାଉଚରା କରୁଛି। ସବୁଠୁ ବଡ଼ କଥା ହେଲା, ଆଦିତ୍ୟଙ୍କ ମୃତ୍ୟୁ ସମୟରେ ଯାଇଥିବା ଟ୍ରେନର ଲୋକୋ ପାଇଲଟଙ୍କ କଥାରେ ତାଳମେଳ ରହୁ ନ ଥିବାରୁ କ୍ରାଇମ୍‌ବ୍ରାଞ୍ଚ ପୁଣି ସେମାନଙ୍କୁ ପଚରାଉଚରା ପାଇଁ ନୋଟିସ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ

ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...

ଆତଙ୍କବାଦୀଙ୍କ ନିସ୍ତାର ନାହିଁ; ସାମିଲ ଥିଲେ ୩ ପାକିସ୍ତାନୀ ଏବଂ ୨ କଶ୍ମୀରୀ

ପହଲଗାମ୍‌,୨୪।୪: ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ...

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୪।୪: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image