ଆରମ୍ଭରୁ ହଟ୍ଟଗୋଳ: ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁୁବନେଶ୍ୱର,୨ା୯(ବ୍ୟୁରୋ): ଷୋଡ଼ଶ ବିଧାନସଭାର ସପ୍ତମ(ମୌସୁମୀ) ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ। ଏପରିକି ବାଚସ୍ପତିି ସୂର୍ଯ୍ୟନାରାୟଣଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିରୋଧୀ ଭାଜପା ସଦସ୍ୟମାନେ ହୋ-ହଲ୍ଲା କରିଥିଲେ। ସେହିପରି ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧.୩୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଏଥିସହ ଗୃହର ସୁପରିଚାଳନା ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।

Share