Categories: ଜାତୀୟ

ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ

ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ । ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଅତିରିକ୍ତ ୫ ହଜାର ଯବାନଙ୍କୁ ଜମ୍ମୁରେ ମୁତୟନ କରାଯାଇଛି । ଏହାସହ କୌଣସି ଅପ୍ରିତିକର ପରିସ୍ଥିତିକୁ ସାମ୍ନା କରିବାକୁ ଜମ୍ମୁରେ କ୍ୱିକ ରିଆକ୍ସନ ଟିମ ବି ମୁତୟନ ହୋଇଛନ୍ତି ।
ଗୁଇନ୍ଦା ସଂସ୍ଥାରୁ ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅମରନାଥ ଯାତ୍ରା ସମୟରେ ପାକିସ୍ତାନ ବାଧା ଉପୁଜାଇପାରେ । ସେଥିପାଇଁ ପାକିସ୍ତାନ ଷ୍ଟିକି ବମ ବା ମୈଗ୍ରେଟିକ ବମର ବ୍ୟବହାର କରିପାରେ । ସୂଚନାଯୋଗ୍ୟ, ନିକଟରେ ଜମ୍ମୁ-କଶ୍ମୀର ପୋଲିସ ସମେତ ସୁରକ୍ଷା ଏଜେନ୍ସି ସୀମା ପାର କରି ଡ୍ରୋନ ମାଧ୍ୟମରେ ପଠାଯାଇଥିବା ଷ୍ଟିକି କବ ସମେତ ମୈଗ୍ରେଟିକ ବୋମା ଜବତ କରିଥିଲେ । ପୋଲିସ ସାଧାରଣ ଜନତାକୁ ଅପିଲ କରିଛି କି ସେମାନେ ଯେ କୌଣସି ଗାଡି ଚଲାଇବା ପୂର୍ବରୁ ଏହାକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ ।

Share