Categories: ଜାତୀୟ

ବିପଦସଙ୍କୁଳ ବିଲି୍ଡଂ ଚିହ୍ନଟ କଲା ପ୍ରଶାସନ

ଡେରାଡୁନ,୧୦।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠରେ ଜିଲା ପ୍ରଶାସନ ପକ୍ଷରୁ ବିଦପସଙ୍କୁଳ ବିଲ୍ଡିଂ ଚିହ୍ନଟ କରାଯାଇ ସେଗୁଡ଼ିରେ ନାଲିଛକି ଚିହ୍ନ ଦିଆଯାଇଛି। ଯେଉଁ କୋଠାରେ ରହିବା ବିପଜ୍ଜନକ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସିନ୍ଧି ଗାନ୍ଧୀନଗର ଏବଂ ମନୋହର ବାଗର କିଛି ବିଲ୍ଡିଂକୁ ବିପଦସଙ୍କୁଳ ବୋଲି ଚିହ୍ନଟ କରାଯାଇଥିବା ଜିଲାପାଳ ହିମାଂଶୁ ଖୁରାନା କହିଛନ୍ତି। ଘର କାନ୍ଥ ଫାଟିବା ଏବଂ ରାସ୍ତା ମାଟି ତଳକୁ ଧସେଇ ହେବା ଯୋଗୁ ଜୋଷୀମଠକୁ ଭୂସ୍ଖଳନ ପ୍ରବଣ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଜୋଷୀମଠ ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ ନଜର ରହିଛି। ଦେଶର ପ୍ରମୁଖ ୭ ଅର୍ଗାନାଇଜେଶନ୍‌ର ଏକ୍ସପର୍ଟମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି କେନ୍ଦ୍ର, ଯାହା ଜୋଷୀମଠର ସ୍ଥିତି ସମୀକ୍ଷା କରିବ।
ଅନ୍ୟପକ୍ଷେ ଜୋଷୀମଠକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହ ସହରରେ ଚାଲିଥିବା ସମସ୍ତ ନିର୍ମାଣାଧୀନ ପ୍ରୋଜେକ୍ଟକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ବିରୋଧୀ କଂଗ୍ରେସ। ଜୋଷୀମଠ ସ୍ଥିତିକୁ ନେଇ ସାରା ଦେଶ ଚିନ୍ତିତ ଥିବା କଂଗ୍ରେସ ସଭାପତି ମଲିକାର୍ଜ୍ଜୁନ ଖାର୍ଗେ କହିଛନ୍ତି।

Share