Categories: ଜାତୀୟ

କରୋନା ଟିକା ନେଇ ନ ଥିବା ଲୋକଙ୍କୁ ପ୍ରମାଣପତ୍ର ଜାରି କରୁଛନ୍ତି ପ୍ରଶାସନ…

ଭୋପାଳ,୪।୬ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ସୋନିର ଉପ-ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଦୁଇମାସ ଧରି କରୋନା ଟିକା ଶେଷ ହୋଇଯାଇଛି। କିନ୍ତୁ ଏହା ସତ୍ତ୍ୱେ ପ୍ରଶାସନ କରୋନା ଟିକା ନେଇଥିବା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଯେତେବେଳେ ବରିଷ୍ଠ ଅଧିକାରୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ତରବରିଆ ଭାବେ ଭିଣ୍ଡରୁ ଆରମ୍ଭ କରି ଭୋପାଳ ପର୍ଯ୍ୟନ୍ତ ତଦନ୍ତ ହୋଇଥିଲା।
ବିଶେଷ କଥା ହେଉଛି ଏହି ଅବହେଳା ସାମ୍ନାକୁ ଆସିଥିଲା ଯେତେବେଳେ ମେ ୩୦ ରେ ଜଣେ ବ୍ୟକ୍ତି ତାଙ୍କ କରୋନା ଟିକାକରଣ ପ୍ରମାଣପତ୍ର ସଂଗ୍ରହ କରିବାକୁ ଜିଲା ମୁଖ୍ୟାଳୟରେ ସିଏମଏଚଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଏହି ସମୟରେ ଯେତେବେଳେ ଅଫିସରେ ଥିବା ଅଧିକାରୀ ଆଇଡି ସହିତ ଲଗ ଇନ କରି ସାର୍ଟିଫିକେଟ ର ସ୍ଥିତି ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଥିଲେ ସୋନି ଉପ-ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାକରଣ ବିନା ଲୋକଙ୍କୁ ନ କଲି ପ୍ରମାଣପତ୍ର ଦିଆଯାଉଛି। ଗତ ଦୁଇ ମାସ ଧରି ସୋନିର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନାର ଗୋଟିଏ ବି ଟିକା ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ଟିକା ବିନା କରୋନା ପ୍ରମାଣପତ୍ର ପ୍ରଦାନ କରାଯାଉଥିଲା।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁମାନଙ୍କୁ କରୋନା ଟିକାକରଣ ସମ୍ବନ୍ଧରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି ସେମାନେ ମଧ୍ୟପ୍ରଦେଶ ବାହାରେ ରହିଛନ୍ତି। ଏହି ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଏକ ଅନୁସନ୍ଧାନ କମିଟି ଗଠନ କରାଯାଇଛି ଯାହାକି ସମଗ୍ର ଘଟଣାର ଅନୁସନ୍ଧାନ କରୁଛି। ଏହି ଅବହେଳା ସମ୍ପର୍କରେ ଜିଲାପାଳ ଡକ୍ଟର ସତୀଶ କୁମାର ଏସ କହିଛନ୍ତି ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ପ୍ରଥମେ ଏହି ସମଗ୍ର ଘଟଣାର ତଦନ୍ତ କରୁଛୁ ।

Share