ପ୍ରଶାସନ, ନେତାଙ୍କୁ ଅଭିଯୋଗ ଭୟ ଘାରୁଛି

ଜଗତ୍‌ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଚଳଚଞ୍ଚଳ ହୋଇଉଠିଛି। ପାଣ୍ଡିଆନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ପ୍ରଶାସନ ଓ ବିଜେଡି ନେତାମାନେ ପୁରା ଦମରେ ଲାଗି ପଡ଼ିଛନ୍ତି। କିନ୍ତୁ ଜିଲାରେ ୫-ଟି ସଚିବଙ୍କ ଏକାଧିକ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାହା ପ୍ରଘଟ କରାଯାଉନାହିଁ। ଏପରି କି ଗଣମାଧ୍ୟମକୁ ମଧ୍ୟ ଗସ୍ତ ସୂଚୀ ଲୁଚାଯାଉଛି। କାହିଁକି ଏବଂ କେଉଁ କାରଣରୁ ଏଭଳି କରାଯିବାକୁ ଚେଷ୍ଟା ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, କାଳେ ଲୋକେ ଜିଲାରେ ହେଉଥିବା ଦୁର୍ନୀତି ଓ ମନମାନି କଥା ୫-ଟି ସଚିବଙ୍କ ଆଗରେ ଫେରାଦ ହୋଇଯିବେ ସେଥିନେଇ ବେସ ସତର୍କତା ଅବଲମ୍ବନ କରାଯାଉଛି। ଏହାସତ୍ତ୍ବେ ବିଭିନ୍ନ ମାଧ୍ୟମରେ ଜିଲାର କେତେକ ସଚେତନ ନାଗରିକ ୫-ଟି ସଚିବଙ୍କ ଗସ୍ତ ସୂଚୀ ସଂଗ୍ରହ କରି ଅଭିଯୋଗ ଓ ବିକାଶମୂଳକ ନୂଆ ଯୋଜନା ଉପରେ ପ୍ରସ୍ତାବ ଦେବାକୁ ମନସ୍ଥ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତ୍ରୁଟି ନ ହେବା ପାଇଁ ଘନ ଘନ ବୈଠକ ଚାଲିଛି। ଯେହେତୁ ଏହା ଭିତରେ ୫-ଟି ସଚିବ ଯେଉଁସବୁ ଜିଲାକୁ ଗସ୍ତ କରିଛନ୍ତି ସେଠାରେ ଏକାଧିକ ଆକର୍ଷଣୀୟ ପ୍ରକଳ୍ପ ଘୋଷଣା କରିଛନ୍ତି, ତେଣୁ ଜଗତ୍‌ସିଂହପୁରକୁ ଅନୁରୂପ କିଛି ପ୍ରକଳ୍ପ ମିଳିବାର ଆଶା ଉଦ୍‌ଜୀବିତ ହୋଇଥିବାରୁ ଲୋକେ ଖୁସି ଅଛନ୍ତି।
୫-ଟି ସଚିବ ୨୯ ଓ ୩୦ ତାରିଖ ୨ ଦିନ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ ସହ ଲୋକଙ୍କ ସହ ସମ୍ପର୍କ ରଖିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତା’ ଉପରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୀରବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦେବା ପାଇଁ ନିର୍ଦ୍ଦେଶ ନ ଥିବାରୁ କହିହେବ ନାହିଁ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଏପରି କି କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ହ୍ବାଟ୍ସଆପ୍‌ ଗ୍ରୁପରେ ଏହି ୨ ଦିନ କୌଣସି ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ବାଇଟ୍‌ ଦେଇପାରିବେ ନାହିଁ। କେବଳ ପ୍ରେସ୍‌ ରିଲିଜ୍‌ ଏବଂ ଫଟୋଗ୍ରାଫ୍‌ ସମୟ ଅନୁସାରେ ସେୟାର କରିହେବ ବୋଲି ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଅନ୍ଧାରରେ ରଖାଯିବା ପାଇଁ ବାସ୍ତବରେ ଉପରୁ ନିର୍ଦ୍ଦେଶ ଅଛି କି ଜିଲା ପ୍ରଶାସନ ଲୁଚାଇବାକୁ ଚେଷ୍ଟା କରୁଛି ତାହା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଜେଡି ବରିଷ୍ଠ ନେତାମାନେ ସେମାନଙ୍କ ଦଳୀୟ ନେତା ଓ କର୍ମୀଙ୍କୁ କେଉଁଭଳି ପ୍ରସ୍ତୁତ ରହିବାକୁ ପଡ଼ିବ ତା’ ଉପରେ ଟିପ୍ସ ଦେଇଛନ୍ତି। ସରକାରୀ ଭାବେ ମଧ୍ୟ ନାନା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଭିତରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ପ୍ରମୁଖ ଜିଲାରେ ସବୁକିଛି ସ୍ବାଭାବିକ ଚାଲିଥିବା ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ୫-ଟି ସଚିବ ଯେଉଁସବୁ ସ୍ଥାନ ଗସ୍ତ କରିବାର ଅଛି ସେସବୁ କାର୍ଯ୍ୟକୁ କ୍ରୀୟାଶୀଳ କରି ଦିଆଯାଇଛି। ଯେପରି ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ନାହିଁ ବୋଲି ବାରି ହେବ। ପୋଲିସ, ପ୍ରଶାସନ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯେଉଁଭଳି ସକ୍ରିୟ ହେଉଛନ୍ତି ତାହା ସାରା ଜିଲାରେ ନିଆରା ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri