ବଲାଙ୍ଗୀର, ୦୬।୦୭ : ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସତନ୍ତ୍ର ଅଲିମ୍ପିକ୍ସ ୱାଲର୍ଡ ଗେମ୍ସ ୨୦୨୩ରେ ଭାଗ ନେଇ ସଟପୂଟରେ ରୌପ୍ୟ ପଦକ ହାସଲ କରିଥିବା ବୈଷ୍ଣବ ରାଜପଲିଆଙ୍କୁ ବଲାଙ୍ଗିର ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ଜୁନ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହେଇଥିବା ଏହି ମହାକୁମ୍ଭରେ ଶ୍ରୀ ରାଜପଲିଆ ୪*୪୦୦ ରିଲେ ଦୌଡ ଏବଂ ଜାଭଲିନରେ ମଧ୍ୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା ନିଜ ଅଫିସରେ କୋଚଙ୍କ ସମେତ ୩ ଜଣଙ୍କୁ ସମର୍ଦ୍ଧିତ କରିଛନ୍ତି।
କୋଚ ଉମାକାନ୍ତ ଷଡଙ୍ଗୀ, ଝସକେତନ ସାହୁ ମଧ୍ୟ ଉପରୋକ୍ତ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ। ଜିଲାପାଳ ଶ୍ରୀ ରାଣା ପୁଷ୍ପଗୁଚ୍ଛ ,ଉତ୍ତରୀୟ , ମାନପତ୍ର ଏବଂ ଆର୍ଥିକ ପୁରସ୍କାର ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣୋଥିଲେ। ରାଜପଲିଆଙ୍କୁ ତିରିଶ ହଜାର ଟଙ୍କା, ଷଡଙ୍ଗୀଙ୍କୁ ଦଶହଜାର ତଥା ଝସକେତନ ସାହୁଙ୍କୁ ପାଞ୍ଚ ହଜାର ଟଙ୍କା ପୁରସ୍କୃତ କରଯାଇଥିଲା।