ବିଦ୍ୟାଳୟ ରାସ୍ତାରୁ ଜବରଦଖଲ ହଟାଇଲା ପ୍ରଶାସନ

ପାଟଣା,୨୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ତହସିଲ ଅନ୍ତର୍ଗତ ସାହାରପଡ଼ା ବଜାରରେ ସରକାରୀ ଜମିକୁ ମାଡ଼ି ଜଣେ ବ୍ୟକ୍ତି ଟାୟାର ଓ ଗାଡି ପାର୍ଟସ୍‌ ଦୋକାନ କରିଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ୍‌ ଦିଆଯାଇଥିଲା। ଗୁରୁବାର ସାହାରପଡ଼ା ମୌଜାର ଖାତା ନମ୍ବର ୮୪ ପ୍ଲଟ୍‌ ନମ୍ବର ୨୮୦କୁ ଜବରଦଖଲ ଉଚ୍ଛେଦ କରାଯାଉଛି।
ସୂଚନା ଯେ, ଉକ୍ତ ସରକାରୀ ରାସ୍ତା ଉପରେ ଜବତଦଖଲ ଯୋଗୁ ସାହାରପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନସାହି ରାସ୍ତା ଅବରୋଧ ହୋଇଥିଲା। ମାଜିଷ୍ଟ୍ରେଟ୍‌ ଭାବରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନାଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ ହେଉଥିବା ବେଳେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉଚ୍ଛେଦ ପ୍ରକ୍ରିୟାରେ ସାହାରପଡ଼ା ତହସିଲଦାର ପରମାନନ୍ଦ ଖଣ୍ଡେଇ, ପାଟଣା ଥାନାଧିକାରୀ ଉଦୟ ବୀର କୁଲୁ, ସୁପରଭାଇଜର ସିଧେଶ୍ୱର ମହାନ୍ତ, ସାହାରପଡ଼ା ଆର୍‌.ଆଇ ପୁଷ୍ପା ମାରାଣ୍ଡି ,ତେଣ୍ଡରା ଆର.ଆଇ ଗୀତାଞ୍ଜଳି ମହାନ୍ତ ପ୍ରମୁଖ ସାମିଲ ଅଛନ୍ତି।

Share