Advertisement

ବାଲ୍ୟବିବାହ କରିଥିବା ନାବାଳିକାଙ୍କୁ ଉଦ୍ଧାର କଲା ପ୍ରଶାସନ

ପାଟଣା,୨୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପ୍ରଶାସନ ସୋମବାର ଏକ ବାଲ୍ୟବିବାହ ହୋଇଥିବା ଜଣେ ୧୫ବର୍ଷ ନାବାଳିକାଙ୍କୁ ଉଦ୍ଧାର କରିଛି। ସୂଚନା ଯେ, କଣ୍ଟି ଆପଡ଼ା ବେହେରା ସାହିର ଜଣେ ନାବାଳିକା ଉକ୍ତ ଗ୍ରାମର ଜଣେ ୧୭ବର୍ଷ ର ନାବାଳକ ଙ୍କୁ ୨ଦିନ ତଳେବାରିଆ ଥାନା ଅଧୀନ ଏକ ଗାଁରେ ବିବାହ କରିଥିଲେ। ନାବାଳିକାର ବିବାହକୁ ନେଇ ଚାଇଲଡ଼ ହେଲ୍ପ ଲାଇନରେ ଜନୈକ ବ୍ୟକ୍ତି ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ନାବାଳିକାର ଶ୍ବଶୁର ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛି।

ସୂଚନାଯେ, ନାବାଳିକା ଜଣଙ୍କ ସେହି ଗ୍ରାମର ଜଣେ ନାବାଳକଙ୍କୁ ଭଲ ପାଇ ୨ ଦିନ ତଳେ ବିବାହ କରି ଘରେ ଆଣି ନାବାଳିକାଙ୍କୁ ରଖିଥିଲେ। ସୋମବାର ଚାଇଲଡ଼ ହେଲ୍ପଲାଇନ ପକ୍ଷରୁ ସୁପର ଭାଇଜର ରୋହିତ କୁମାର ମହାନ୍ତ, ପ୍ରୋଜେକ୍ଟ କର୍‌ ଉଷାମଣି ମହାନ୍ତ, ସୁପର ଭାଇଜର ନିଳିମା ଲୋହାର,ପାଟଣା ସି ଡି ପି ଓ କଳ୍ପନା ଦୋରା, ଅଙ୍ଗନବା କର୍ମୀ ନିବେଦିତା ମୁଣ୍ଡା ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏଏସଆଇ ବି କେ ବେହେରା। ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛନ୍ତି।ପରେ ତାଙ୍କୁ ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଯିବ ବୋଲି ଚାଇଲଡ଼ ହେଲ୍ପ ଲାଇନ ସୁପରଭାଇଜର ରୋହିତ କୁମାର ମହାନ୍ତ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel