Categories: ଜାତୀୟ

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ମାଲାପୁରମ ଜିଲାରେ ୫ ବର୍ଷରୁ କମ ବୟସର ୧.୬୦ଲକ୍ଷରୁ ଅଧିକ ପିଲା ଏମଆର ଟିକା ନେଇନାହାଁନ୍ତି। ଯାହା ଜିଲାର ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଜିଲାରେ ମିଳିମିଳା ପରିସ୍ଥିତି ଗୁରୁତର ରହିଛି।

ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ଧାର୍ମିକ ନେତାଙ୍କ ସାହାଯ୍ୟ ଲୋଡିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟିକାକରଣ ବିରୋଧରେ ଭୁଲ ତଥ୍ୟ ବନ୍ଦ କରିବାକୁ ଅଧିକାରୀମାନେ ଜିଲାର ଧାର୍ମିକ ନେତାମାନଙ୍କୁ ନିବେଦନ କରିଛନ୍ତି।

ଜିଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଏମଆର (ମିଳିମିଳା-ରୁବେଲା) ଟିକାକରଣ ହାର ୮୦.୮୪ ପ୍ରତିଶତ ରହିଛି। ଏହାକୁ ୯୫ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଜିଲାର ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ୧.୬୨,୭୪୯ ପିଲା ଏମଆର ଟିକା ପାଇ ନାହାଁନ୍ତି। ସେଥିମଧ୍ୟରୁ ୬୯,୦୮୯ ପିଲାଙ୍କୁ ପ୍ରଥମ ଡୋଜ ଏମଆର ଟିକା ଏବଂ ୯୩,୬୬୦ ପିଲାଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ।

Share