ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋବ୍ରାରୁ ଚହଟା ଏବଂ ଉପର ଓ ତଳ ପଡ଼ିଆ ଫୁଟ୍‌ପାଥ ରାସ୍ତାରେ ଉଠା ଦୋକାନୀଙ୍କୁ ବସିବା ମନା କରାଯାଇଛି। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି।

ଅନ୍ୟପକ୍ଷେ ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା ଦିଆଯାଇଛି। ଏଥିପାଇଁ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି। ୟୁଜର ଫି ଦେଇ ସେଠାରେ ଉଠାଦୋକାନୀ ବ୍ୟବସାୟ କରିପାରିବେ। ସୂଚନା ଯୋଗ୍ୟ, ନଭେମ୍ବର ୧୫ ତାରିଖରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଲମ୍ବାଧାଡ଼ି: ୩ ଦିନ ହେଲାଣି …

ଭୁବନେଶ୍ୱର,୧୧।୮: ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌। ଏ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। ୩ ଦିନ ହେଲାଣି ଲିଙ୍କ ଫେଲ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୨ ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୮।୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ...

ନବୀନ ପଟ୍ଟନାୟକଙ୍କ ଏହି ଭୁଲ୍‌ ପାଇଁ ହାରିଲା ବିଜେଡି: କହୁ କହୁ କହିଦେଲେ ପୂର୍ବତନ ବିଜେଡି ବିଧାୟକ

ଭୂବନେଶ୍ୱର,୮।୧୧: ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ନିଜ ଦଳ ବିରୋଧରେ ମୁହଁ ଖୋଲିଛନ୍ତି। ଗତ ନିର୍ବାଚନରେ ବିଜେଡି ହାରିବାର ବଡ଼...

ଦାରିଙ୍ଗବାଡିରେ ଡମ୍ପିଂୟାର୍ଡ ନଥିବା ଘଟଣା: ଖବର ପ୍ରକାଶ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରପାଇଁ ପଡ଼ିଲା ଭିତ୍ତିପ୍ରସ୍ତର 

ଦାରିଙ୍ଗବାଡି,୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବେ ପରିଚିତ। ଶୀତ ଋତୁରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।  ତେବେ ଦାରିଙ୍ଗବାଡ଼ି ବଜାର ସମେତ...

ଓସିସିଏଲ ସିନିୟର ଆକାଉଣ୍ଟାଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୮।୧୧: ରାଜ୍ୟ ପିଏସୟୁରେ ବରିଷ୍ଠ ଆକାଉଣ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ଓଡ଼ିଶା ହାଇକୋର୍ଟ ଓଡିଶା ନିର୍ମାଣ ନିଗମ...

ଅନ୍‌ଲାଇନ ଗେମ୍‌ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ: ଯୁବତୀଙ୍କୁ ନେବାକୁ ଆସିଥିଲେ ଭୁବନେଶ୍ବର, ତା’ପରେ…

ଭୁବନେଶ୍ୱର,୮।୧୧: ଭୁବନେଶ୍ବରରେ ଲଭ ଜିହାଦ ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଧରାପଡ଼ିଛନ୍ତି ଜଣେ କଶ୍ମୀର ଯୁବକ। ମହିଳା ଥାନା ପୋଲିସ ଯୁବକଙ୍କୁ ଉଠାଇ ଆଣି...

ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୮।୧୧: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ। ବକେୟା ଦରମା କରାଇ ଦେବାକୁ ୪୦ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri