ଦେଓମାଳିରେ ତମ୍ବୁ ଲଗାଇବା ନେଇ କଟକଣା ଜାରି କଲା ପ୍ରଶାସନ

ପଟ୍ଟାଙ୍ଗି୨୯।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ରହିଛି ଦେଓମାଳି ପର୍ଯ୍ୟଟନ ସ୍ଥଳ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବାର ଏବଂ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତମ୍ବୁର ବ୍ୟବସ୍ଥା କରାଯାଇଛି। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବରୁ ଗଣମାଧ୍ୟମ ଜରିଆରେ ଅବଗତ କରାଯାଇଛି। ହେଲେ ପର୍ଯ୍ୟଟକମାନେ ଏହାକୁ ଅଣଦେଖା କରି ନିଜେ କିମ୍ବା ଘରୋଇ ତମ୍ବୁ ଧରି ପର୍ଯ୍ୟଟନ ସ୍ଥଳକୁ ଆସୁଛନ୍ତି। ଫଳରେ ପ୍ରଶାସନର ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନ ପକ୍ଷରୁ ତମ୍ବୁର ବ୍ୟବସ୍ଥା କରାଯାଇଥିବା ପୁଣି ଅବଗତ କରାଯାଇଛି। ଏପରିକି ପର୍ଯ୍ୟଟନସ୍ଥଳକୁ ତମ୍ବୁ ନ ଆଣିବା ପାଇଁ କଟକଣା ଜାରି କରାଯାଇଛି। ନିୟମ ଉଲଘଂନ କଲେ ଜରିମାନା ଦେବାକୁ ପଡିବ ବୋଲି ଏକ ନୋଟିସ ନଂ.୯୦୯୪/୨୪ ଅନୁଯାଇ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଉପଜିଲାପାଳ ବେଣୁଧର ଶବର କହିଛନ୍ତି।

ସୂଚନା ମୁତାବକ, ଦେଓମାଳି ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ କମ୍‌ ଦାମ୍‌ରେ ପ୍ରଶାସନ ପକ୍ଷରୁ ତମ୍ବୁ ଯୋଗାଇ ଦେବା ସହ ପାଣି ବୋତଲ, ସ୍ନାକ୍ସ ଆଦି ଖାଦ୍ୟ ଯୋଗାଇ ଦେବା ନେଇ ବ୍ୟବସ୍ଥା ହୋଇଛି। ଏପରିକି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟର ମିଳିତ ସହଯୋଗରେ ଗତ ୧ ତାରିଖରୁ ଏହି ବ୍ୟବସ୍ଥା ହୋଇଛି।

ହେଲେ ନିୟମକୁ କିଛି ପର୍ଯ୍ୟଟକ ଖିଲାପ କରୁଥିବା ଅଭିଯୋଗ ପାଇ କୋଟିଆ ସରପଞ୍ଚ ଲିୟୁ ଗେମେଲ ଜିଲାପାଳ ଭି.କିର୍ତ୍ତି ଭାସନଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ବର୍ତ୍ତମାନ ଏହି ପଦକ୍ଷେପ ଗ୍ରହଣ କରିଛି। ନିୟମ ଉଲଘଂନ କଲେ ପର୍ଯ୍ୟଟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ସ୍ବରୁପ ୫୦୦୦ ଟଙ୍କା ଆଦାୟ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଠ୍ୟ ପୁସ୍ତକରେ ବରଗଡ଼ ଧନୁଯାତ୍ରା ସ୍ଥାନିତ ହେଉ’; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଦେଶ ଦେଲେ କଂସ ମହାରାଜ…

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ)-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଶନିବାର ରାଜ ଦରବାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷା, ସଂସ୍କୃତି,...

ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଉମରକୋଟ/ରାଇଘର, ୪।୧(ସନ୍ତୋଷ ଶତପଥୀ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବନାଞ୍ଚଳରେ ଚାରାରୋପଣରେ ଦୁର୍ନୀତି ଅଭିଯୋଗରେ ଗୋନା ସେକ୍ସନ୍‌ ଫରେଷ୍ଟର କାମାକ୍ଷାପ୍ରସାଦ ସ୍ବାଇଁ, ଫରେଷ୍ଟଗାର୍ଡ ହରେକୃଷ୍ଣ ନାୟକଙ୍କୁ...

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ

ନୂଆପଡ଼ା,୪ା୧ (ମକାରୁ ବେମାଲ): ନୂଆପଡ଼ା-ଛତିଶଗଡ଼ ସୀମାନ୍ତରେ ଗୁରୁବାର ଓ ଶୁକ୍ରବାର ଓଡ଼ିଶା ଓ ଛତିଶଗଡ ଯବାନଙ୍କ ମିଳିତ ଅପରେଶନ ସମୟରେ ମାଓବାଦୀ ସହ ଗୁଳି ବିନିମୟ...

ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ…

ଦେଓଗାଁ,୪।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ମୁଖ୍ୟାଳୟସ୍ଥିତ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଦେଇ ଗତିକରୁଥିବା ଅଭିଯୋଗ ହୋଇଛି।...

ବରଗଡ଼ ଧନୁଯାତ୍ରା: ଉଦ୍‌ଘାଟିତ ହେଲା ରଙ୍ଗମହଲ

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ଦ୍ୱିତୀୟ ଦିବସରେ ମଥୁରାନଗରୀସ୍ଥିତ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍‌ଘାଟିତ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟ

ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡ ବାରୋଝୋଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର। ଏ...

୩ ଦିନ ହେବ ଘରକୁ ଫେରି ନ ଥିଲେ ପୁଅ, ଏବେ ପରିତ୍ୟକ୍ତ କୂଅରୁ ମିଳିଲା…

ଆନନ୍ଦପୁର,୪।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକଙ୍କ...

ସନ୍ତାନ ଜନ୍ମ ପରେ ଆଖିବୁଜିଲେ ପ୍ରସୂତି, ଡାକ୍ତର କହିଲେ…

କୁନ୍ଦୁରା,୪ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପକଣ୍ଠ ରାଇ କୁନ୍ଦୁରାଠାରେ ଛୁଆଜନ୍ମ କରିବା ପରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri