ପ୍ରଶାସନ ଅକ୍ତିଆରକୁ ଗଲା ଜବରଦଖଲ ଜମି

ବଇଣ୍ଡା,୧୮।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଏକ ସରକାରୀ ଜମିକୁ କବ୍‌ଜା କରିଥିବାବେଳେ ସୋମବାର ଆଠମଲ୍ଲିକ ତହସିଲ ପ୍ରଶାସନ ଏହାକୁ ଅକ୍ତିଆରକୁ ନେଇଛି। ଉକ୍ତ ଜମିରେ ସରକାରୀ ବ୍ୟାନର ଲଗାଯାଇଛି।
ସୂଚନାଯୋଗ୍ୟ, ଠାକୁରଗଡ଼ ଅଞ୍ଚଳରେ ଖାତା ନଂ. ୨୧୪, ପ୍ଲଟ ନଂ. ୭୪୯ରେ ଥିବା ୦.୯୭ ଡିସିମିଲ ଜମିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦଖଲ କରିଥିଲେ। ଏ ନେଇ ଅଞ୍ଚଳବାସୀ ଆଠମଲ୍ଲିକ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଠାକୁରଗଡ଼ ରାଜସ୍ବ ନିରୀକ୍ଷକ ଧ୍ରୁବଚରଣ ନାୟକ ଉକ୍ତ ଜମି ଦଖଲକୁ ନେଇଥିଲେ। ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ କୁହନ୍ତି, ଉକ୍ତ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବେଆଇନ ଭାବେ ଅକ୍ତିଆର କରାଯାଇଥିବା ଜମି ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।