ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ

ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଥିଲା। ପରିସ୍ଥିତିର ଫାଇଦା ଉଠାଇବାକୁ ଯାଇ କିଛି ବ୍ୟବସାୟୀ ବିଭିନ୍ନ ପରିବା ଦରରେ ଅହେତୁକ ବୃଦ୍ଧି ଘଟାଇଥିଲେ। ବିଶେଷ କରି ଆଳୁର କୃତିମ ଅଭାବ ସୃଷ୍ଟି କରି ଦୁଇ ଦିନ ମଧ୍ୟରେ ଦର ଦୁଇ ଗୁଣା କରିଦେଲେ। ଏ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯିବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଥିଲା।

ତେବେ ଗୁରୁବାର ସକାଳେ ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଟିଓ ସୁନନ୍ଦ ଶେଖର ସାହାଣିଙ୍କ ନିର୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ପରିବା ବଜାରରେ ଚଢାଉ କରାଯାଇ କେତେକ ମୁନାଫାଖୋର ବ୍ୟବସାୟୀଙ୍କୁ ଚଢା ଦରରେ ପରିବା ବିକ୍ରି ନ କରିବାକୁ ତାଗିଦ କରାଯିବାର ଦେଖିବାକୁ ମିଳିଥିଲା। ବିଶେଷକରି ଆଳୁ ଅଢେଇ କିଲୋଗ୍ରାମ ପ୍ରତି ୯୦ ଟଙ୍କାରୁ ଅଧିକ ଦରରେ ବିକ୍ରି କଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଉକ୍ତ ଚଢାଉ କାର୍ଯ୍ୟରେ ସ୍ଥାନୀୟ ପୋଲିସ ଓ ଏନଏସି କର୍ମଚାରୀଙ୍କ ସମେତ ମାର୍କେଟିଂ ଇନ୍ସପେକ୍ଟର ହେମନ୍ତ କୁମାର ପ୍ରଧାନ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ...

ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ...

ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ସ୍ବାଧୀନତାର ୭୫ ବର୍ଷ ପାର ହୋଇସାରିଲାଣି। ଥାପି ଏବେ ମଧ୍ୟ ଏଭଳି ଗ୍ରାମ ରହିଛି, ଯେଉଁଠି ପ୍ରଶାସନ ପହଞ୍ଚିବା ଦୂରର କଥା ବିଦ୍ୟୁତ,...

ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର): ସାମୁଦ୍ରିକ ବାତ୍ୟା ଦାନା ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେଲାଣି। ବ୍ଲକ ପ୍ରଶାସନ ସମ୍ଭାବ୍ୟ...

ବଡ଼ ସୂଚନା: ଦୁର୍ବଳ ହେବ ନାହିଁ ବାତ୍ୟା, ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର,୨୪।୧୦: ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍‌ଡି ଡିଜି...

ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଜଣେ ମହିଳାଙ୍କୁ ସେହି ଗ୍ରାମର ପିଙ୍କୁ ଓରଫ ଏସ.ବିଘ୍ନରାଜ ଦୋରା ଷ୍ଟିଲ ଛଡ଼ରେ ଆକ୍ରମଣ କରିବା...

ଯୁବକଙ୍କୁ ହତ୍ୟା ମାମଲା: ତିନି ଭାଇଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୨୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ପୁଞ୍ଜିଭୂତ ଅଶାନ୍ତରୁ ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା...

କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri