ଲତା ମଙ୍ଗେସକରଙ୍କ ଗୀତକୁ ନେଇ ପଶ୍ନ ଉଠିବାରୁ ଜବାବ ରଖିଲେ ଅଦନାନ

ମୁମ୍ବାଇ: ବଲିଉଡ୍ ଗାୟକ ଅଦନାନ ସାମି ନିକଟରେ ଲତା ମଙ୍ଗେସକର, ନୁର ଜାହାଁ, ଆଶା ଭୋସଲେଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଫଟୋ ଶେୟାର କରି ଅଦନାନ ଏହାକୁ ଆଇକନିକ ଓ ହିଷ୍ଟୋରିକ ଫଟୋ ବୋଲି କହିଥିଲେ । ଏହାକୁ ଦେଖିବା ପରେ ୟୁଜର୍ସ କମେଣ୍ଟ ଦେବା ଆରମ୍ଭ କରିଥିଲେ । ହେଲେ କେତେଜଣ ୟୁଜର୍ସ ଲତା ମଙ୍ଗେସକରଙ୍କୁ ନେଇ ଏଭଳି କମେଣ୍ଟ କରିଥିଲେ ଯାହା ଅଦନାନଙ୍କୁ ବହୁତ ଖରାପ ଲାଗିଥିଲା । ଲତାଙ୍କ ଉପରେ ଟିପ୍ପଣି ଦେଇ ତାଙ୍କୁ ଓଭରରେଟେଡ ଓ ଅନ୍ୟର କ୍ୟାରିୟର ନଷ୍ଟ କରିଥିବା ସିଙ୍ଗର ବୋଲି କହିଥିଲେ । ଜଣେ ୟୁଜର୍ସ ଲେଖିଥିଲେ କି ଭାରତୀୟଙ୍କ ବ୍ରେନୱାସ କରାଯାଇଥିଲା କି ଲତାଙ୍କ ପାଖରେ ସୁନ୍ଦର କଣ୍ଠ ରହିଛି । ତାଙ୍କ କଣ୍ଠରେ ଯାଦୁ ରହିଛି ବୋଲି ଭାରତୀୟଙ୍କୁ ମାନିବାକୁ ବାଧ୍ୟ କରାଯାଇଥିଲା । ଏହାକୁ ଦେଖିବା ପରେ ଅଦାନାନ ସୋସିଆଲ ମିଡିଆରେ ହିଁ ୟୁଜର୍ସଙ୍କ କ୍ଲାସ ନେଇ ଯାଇଥିଲେ । ଅଦନାନ କହିଥିଲେ ବନ୍ଦର କ୍ୟା ଜାନେ ଅଦରକ କା ସ୍ୱାଦ । ଯଦି ଆପଣଙ୍କ ମନରେ କିଛି ସନ୍ଦେହ ଅଛି ତେବେ କିଛି କହିବା ଅପେକ୍ଷା ଚୁପ୍ ରହିବା ଭଲ ବୋଲି ଅଦନାନ କହିଛନ୍ତି ।

Share